ୟୁଏଇରେ ଶରଣ ନେଲେ ଆଫଗାନ ରାଷ୍ଟ୍ରପତି

ୟୁଏଇରେ ଶରଣ ନେଲେ ଆଫଗାନ ରାଷ୍ଟ୍ରପତି

ଭୁବନେଶ୍ବର: ତାଲିବାନର କାବୁଲ ଆକ୍ରମଣ ପରେ ଆଫଗାନିସ୍ତାନ ରାଷ୍ଟ୍ରପତି ଅଶରଫ ଗନି ପରିବାର ସମେତ ଦେଶରୁ ପଳାୟନ କରିଥିବା ବେଳେ ଏବେ ସେ ସଂଯୁକ୍ତ ଆରବ ଏମିରେଟ୍ସରେ ଥିବା ଖବର ମିଳୁଛି।

Afghanistan

୧୫ ଅଗଷ୍ଟରେ ଭାରତ ଯେତେବେଳେ ୭୫ତମ ସ୍ଵାଧୀନତା ଦିବସ ପାଳନ କରୁଥିଲା ସେତେବେଳେ ସଶକ୍ତ ତାଲିବାନ ଆତଙ୍କବଦୀମାନେ କ୍ଷମତା ଅକ୍ତିଆର ପାଇଁ କାବୁଲ ଅଗ୍ରସର ହେଉଥିଲେ। ଏହାର ଠିକ ପୂର୍ବରୁ ରାଷ୍ଟ୍ରପତି ଗନି ଦେଶ ଛାଡି ସପରିବାର ତାଜିକସ୍ତାନ ପଳାୟନ କରିଥିଲେ। ତେବେ ବର୍ତମାନ ସେ ୟୁଏଇରେ ରହିଥିବା ନେଇ ସଂଯୁକ୍ତ ଆରବ ସରକାର ସୂଚନା ଦେଇଛନ୍ତି। ୟୁଏଇର ବୈଦେଶିକ ବ୍ୟାପାର ବିଭାଗ ପକ୍ଷରୁ ଏନେଇ ସରକାରୀ ଭାବରେ ସୁଚିତ କରାଯାଇଛି। ମାନବିକ ଆଧାରରେ ରାଷ୍ଟ୍ରପତି ଗନିଙ୍କୁ ୟୁଏଇ ସରକାର ଆଶ୍ରୟ ଦେଇଛନ୍ତି ବୋଲି ମନ୍ତ୍ର।ଲୟ ପକ୍ଷରୁ କୁହାଯାଇଛି। ଅଶରଫ ଗନି ପଳାୟନ ବେଳେ ହେଲିକପ୍ଟର ଯୋଗେ ସୌଖୀନ ଗାଡି ଏବଂ ମୋଟ ଅଙ୍କର ନଗଦ ରାଶି ନେଇ ଯାଇଛନ୍ତି ବୋଲି କେତେକ ସଂସ୍ଥା ପକ୍ଷରୁ ଦାବି କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+