ଆଫଗାନିସ୍ତାନ - ପାକିସ୍ତାନ ମୁହାଁମୁହିଁ ; ୧୫୦ ସୈନ୍ୟଙ୍କୁ ମାରିଲା ଆଫଗାନିସ୍ତାନ, ୪୦ ପୋଷ୍ଟ୍ ଉପରେ କବଜା
ମଧ୍ୟପ୍ରାଚ୍ୟରେ ଭୟଙ୍କର ଯୁଦ୍ଧ । ଅନ୍ୟ ଦିଗରେ ଆଫଗାନିସ୍ତାନ ଏବଂ ପାକିସ୍ତାନ ମୁହାଁମୁହିଁ । ପାକ୍ ର ଏୟାରଷ୍ଟ୍ରାଇକ୍ ପରେ ଆଫଗାନିସ୍ତାନ ଲଗାତାର ଭାବେ ଆକ୍ରମଣ କରୁଛି । ଯେଉଁଥିରେ ଅନେକ ପାକ୍ ପୋଷ୍ଟ୍ କବଜା କରିଛି ତାଲିବାନ । ଏହାସହ ଶହଶହ ପାକିସ୍ତାନୀ ଯବାନ ନିହତ ହୋଇଛନ୍ତି । ଏନେଇ ଦାବି କରିଛନ୍ତି ଆଫଗାନ୍ ସୀମା ବଳର ମୁଖପାତ୍ର ଅବୀଦୁଲ୍ଲାହ ଉକାବ୍ ।

ଆଫଗାନ୍ ସୀମା ବଳର ମୁଖପାତ୍ର ଅବୀଦୁଲ୍ଲାହ ଉକାବଙ୍କ କହିବାନୁସାରେ, ଗତ ୫ ଦିନ ମଧ୍ୟରେ ପାକିସ୍ତାନର ଖୁବ୍ କ୍ଷତି ହୋଇଛି । ୧୫୦ରୁ ଅଧିକ ପାକ୍ ରେଞ୍ଜର୍ସ ନିହତ ହୋଇଛନ୍ତି । ୨୦୦ ସୈନ୍ୟ ଗୁରୁତର ଅଛନ୍ତି । ପାକିସ୍ତାନର ୪୦ ପୋଷ୍ଟ୍ ଉପରେ ତାଲିବାନ କବଜା କରିଛି ।
ସେ ଆହୁରି କହିଛନ୍ତି ଯେ, ଆଫଗାନ୍ ଡିଫେନ୍ସ ଫୋର୍ସେସ ପାକିସ୍ତାନର ଯେକୌଣସି ଆକ୍ରମଣର ଜବାବ ଦେବାକୁ ପ୍ରସ୍ତୁତ । ପାକ୍ ତରଫରୁ ଅନେକ ଡ୍ରୋନ୍ ପଠାଯାଇଥିଲା । ଯାହାକୁ ଅକାମୀ କରାଯାଇଛି । ଆଫଗାନିସ୍ତାନର ଗୁଇନ୍ଦା ତଥ୍ୟ ହାସଲ ପାଇଁ ଇସଲାମାବାଦ କିଛି ଡ୍ରୋନ୍ ପଠାଇଥିଲା । ତାହାକୁ ମଧ୍ୟ ଖସାଇ ଦିଆଯାଇଛି ।
ଆଫଗାନ ଏବଂ ତାଲିବାନ କଛି ଭିଡିଓ ଜାରି କରିଛନ୍ତି । ଯେଉଁଥିରେ ପାକିସ୍ତାନ ପୋଷ୍ଟକୁ କିଛି ତାଲିବାନ ସଦସ୍ୟ କବଜା କରୁଥିବା ଦେଖିବାକୁ ମିଳିଛି । ସେମାନେ ପାକ୍ ସୈନ୍ୟଙ୍କ ଜିନିଷପତ୍ର, ସାଟେଲାଇଟ୍ ଫୋନ୍ , ଅସ୍ତ୍ରଶସ୍ତ୍ର ଆଦି ଜବତ କରୁଛନ୍ତି । ପାକ୍ ଯବାନ ହାତ ଉପରକୁ କରି ଧାଇଁ ପଳାଉଛନ୍ତି ।
-
ଷ୍ଟ୍ରେଟ୍ ଅଫ ହରମୁଜକୁ ବନ୍ଦ କଲା ଇରାନ, କୌଣସି ବି ଜାହାଜ ଅତିକ୍ରମ କଲେ ଧ୍ବଂସ କରିବାକୁ ଚେତାବନୀ -
ଇରାନର ସବୁଠୁ ଶକ୍ତିଶାଳୀ ମୁଖ୍ୟାଳୟକୁ ଧ୍ୱଂସ କଲା ଆମେରିକା ସେନା -
ଇରାନର ମିସାଇଲ୍ ମାଡ଼ରେ ଆମେରିକାର ଯବାନ ନିହତ -
ଯୁଦ୍ଧ ବିଭୀଷିକା ଭିତରେ ବଦଳିଗଲା ସବୁକିଛି...ସେୟାର ବଜାରରେ ଅସ୍ଥିରତା, ହୁ ହୁ ହୋଇ ବଢିଲା ଦର... -
ଆମେରିକା ତାର ନାଗରିକଙ୍କୁ ୧୨ରୁ ଅଧିକ ଦେଶ ଛାଡିବାକୁ ଦେଲା ନିର୍ଦ୍ଦେଶ -
ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସହ କଥା ହେଲେ ମୋଦି -
ଇଣ୍ଡୋନେସିଆର ସୁମାତ୍ରା ଦ୍ବୀପରେ ୬.୪ ତୀବ୍ରତାର ଭୂକମ୍ପ -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ବଢ଼ିଲା ଅଶୋଧିତ ତୈଳ ଦର -
ମଧ୍ୟ ପ୍ରାଚ୍ୟରେ ଘମାଘୋଟ ଯୁଦ୍ଧ, ଚିନ୍ତାରେ ସାରା ବିଶ୍ଵ -
ମଧ୍ୟପ୍ରାଚ୍ୟର ମହାସଂଗ୍ରାମ, ଲେବାନନ୍ ଉପରେ ଇସ୍ରାଏଲର ଶକ୍ତିଶାଳୀ ଏୟାରଷ୍ଟ୍ରାଇକ୍ -
ଇରାନ ସହ ସଂଘର୍ଷ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ, କହିଲେ ସମସ୍ତ ଉଦ୍ଦେଶ୍ୟ ହାସଲ ନହେବା ପର୍ଯ୍ୟନ୍ତ ଆକ୍ରମଣ ଜାରି ରହିବ -
ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ, ରତ୍ନଭଣ୍ଡାର ଗଣତିମଣତି ନେଇ...











Click it and Unblock the Notifications