Get Updates
Get notified of breaking news, exclusive insights, and must-see stories!

୪୦୦ରୁ ଅଧିକ ତାଲିବାନୀ ପ୍ରାଣ ହରାଇବା ପରେ ଶାନ୍ତି ପ୍ରସ୍ତାବ ଦେଲା ଆଫଗାନିସ୍ତାନ

ପାକିସ୍ତାନ ସହ ଆଲୋଚନା ପାଇଁ ପ୍ରସ୍ତୁତ କହିଲା ଆଫଗାନିସ୍ତାନ। ଆଫଗାନିସ୍ତାନ ଉପରେ ଆକ୍ରମଣ କରିବା ଲାଗି ପାକିସ୍ତାନ ଏକ ବଡ଼ ଧରଣର ସାମରିକ ଅଭିଯାନ ଆରମ୍ଭ କରିଛି। ପାକିସ୍ତାନ ଏହି ଅଭିଯାନର ନାମ ରଖିଛି 'ଅପରେସନ ଗଜବ-ଲିଲ୍-ହକ୍'। ଏହାର ଅର୍ଥ ହେଉଛି 'ନ୍ୟାୟପୂର୍ଣ୍ଣ କ୍ରୋଧ'। ପାକିସ୍ତାନର ଏହି ସାମରିକ କାର୍ଯ୍ୟାନୁଷ୍ଠାନରେ ଆଫଗାନିସ୍ତାନର ୪୦୦ଜଣ ତାଲିବାନ ସୈନ୍ୟ ପ୍ରାଣ ହରାଇବା ପରେ ଆଲୋଚନା ପାଇଁ ପ୍ରସ୍ତାବ ଦେଲା ଆଫଗାନିସ୍ତାନ। ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ମହମ୍ମଦ ଆସିଫ୍ କହିଛନ୍ତି ଯେ ଆଫଗାନିସ୍ତାନ ବିରୋଧରେ ଆରମ୍ଭ ହୋଇଥିବା ଏହି ସାମରିକ ଅଭିଯାନ ଏକ 'ଖୋଲା ଯୁଦ୍ଧ'। ପାକିସ୍ତାନ ସୂଚନା ମନ୍ତ୍ରୀ ଅତାଉଲ୍ଲା ତାରାର କହିଛନ୍ତି ଯେ ଆଫଗାନିସ୍ତାନର ଆକ୍ରମଣରେ ଏହାର ଦୁଇ ଜଣ ସୈନ୍ୟ ପ୍ରାଣ ହରାଇବା ସହ ୩ଜଣ ଆହତ ହୋଇଛନ୍ତି। ଆଫଗାନିସ୍ତାନର ୨୨ଟି ସାମରିକ ଘାଟି ଉପରେ ପାକିସ୍ତାନ ବିମାନ ଆକ୍ରମଣ କରିଛି। କାବୁଲ, ପାକତିଆ ଏବଂ କାନ୍ଦାହାରରେ ଥିବା ତାଲିବାନର ସାମରିକ ଘାଟିଗୁଡ଼ିକୁ ଟାର୍ଗେଟ କରାଯାଇଛି। ଏହି ଆକ୍ରମଣରେ ଆଫଗାନିସ୍ତାନର ୨୭ଟି ପୋଷ୍ଟ ନଷ୍ଟ ହୋଇଛି ଏବଂ ୯ଟିକୁ ପାକିସ୍ତାନ ଦଖଲ କରିଛି।

Afghanistan

ଅନ୍ୟପଟେ ଆଫଗାନିସ୍ତାନ ତାଲିବାନ ସରକାର ମୁଖପାତ୍ର ମୁଜାହିଦ ଦାବି କରିଛନ୍ତି ଯେ ଏହାର ଆକ୍ରମଣରେ ପାକିସ୍ତାନର ୫୫ଜଣ ସୈନ୍ୟ ପ୍ରାଣ ହରାଇଛନ୍ତି। ପାକିସ୍ତାନର ୧୯ଟି ପୋଷ୍ଟକୁ ଅକ୍ତିଆର କରାଯାଇଛି। ଆଉ ପାକିସ୍ତାନର ଆକ୍ରମଣରେ ୮ଜଣ ଆଫଗାନ ସୈନ୍ୟ ପ୍ରାଣ ହରାଇବା ସହ ୧୧ଜଣ ଆହତ ହୋଇଛନ୍ତି। ଆଫଗାନିସ୍ତାନ ଆହୁରି କହିଛି ଯେ ଶୁକ୍ରବାର ଏହା ପାକିସ୍ତାନର ଫୈଜାବାଦ ସହର ଉପରେ ବିମାନ ଆକ୍ରମଣ କରିଛି। ଏହା ସହିତ ନୌସେରା ଓ ଜାମରୁଦ୍‌ରେ ଥିବା ସେନା ଘାଟି ଉପରେ ଆକ୍ରମଣ କରିଛି। ଏହି ସଂଘର୍ଷ ମୁଖ୍ୟତଃ 'ଡ୍ୟୁରାଣ୍ଡ ଲାଇନ୍' ପାଖାପାଖି ଅଞ୍ଚଳରେ ଘଟୁଛି, ଯାହାକୁ ଆଫଗାନିସ୍ତାନ ଆନୁଷ୍ଠାନିକ ଭାବେ ଗ୍ରହଣ କରେ ନାହିଁ। ପାକିସ୍ତାନ ଉପରେ ଆଫଗାନିସ୍ତାନ ଏହାର ଆକ୍ରମଣ ଜାରି ରଖିଥିବାବେଳେ ଅସ୍ତ୍ରବିରତି ପାଇଁ କଥାବାର୍ତ୍ତା କରିବାକୁ ପ୍ରସ୍ତାବ ଦେଇଛି।

ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧକୁ ନେଇ ଜାତିସଂଘ ସମେତ ବିଭିନ୍ନ ରାଷ୍ଟ୍ର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଦୁଇ ଦେଶ ମଧ୍ୟରେ ଯୁଦ୍ଧକୁ ପ୍ରଶମିତ କରିବା ଲାଗି ଆବଶ୍ୟକ କୂଟନୈତିକ କଥାବାର୍ତ୍ତା କରିବାକୁ ଚୀନ ଓ ଇରାନ ନିବେଦନ କରିଛନ୍ତି। ଚୀନ ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥି କରିବାକୁ ଚେଷ୍ଟା କରୁଛି କାରଣ ଦୁଇ ଦେଶ ମଧ୍ୟରେ ଅସ୍ଥିରତା ଦ୍ବାରା ଚୀନର ବେଲ୍ଟ ଆଣ୍ଡ ରୋଡ ପ୍ରକଳ୍ପ ପାଇଁ କ୍ଷତିଗ୍ରସ୍ତ ହେବ। ସଂଘର୍ଷସ୍ଥଳ ଇରାନର ସୀମାନ୍ତ ଅଞ୍ଚଳ ହୋଇଥିବାରୁ ତେହରାନ ଚିନ୍ତା ବ୍ୟକ୍ତ କରିଛି। କାରଣ ଯୁଦ୍ଧ ବ୍ୟାପକ ହେଲେ ଇରାନରେ ଶରଣାର୍ଥୀ ସମସ୍ୟା ବଢ଼ିବାର ଭୟ ରହିଛି। ସଂଘର୍ଷ ବନ୍ଦ କରିବା ପୂର୍ବକ ସାଧାରଣ ନାଗରିକଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଜାତିସଂଘ ଉଭୟ ଦେଶକୁ ଅନୁରୋଧ କରିଛି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+