ଆଫଗାନିସ୍ତାନରେ ବିସ୍ଫୋରଣ: ୩୦ ମୃତ
Afghanistan Blast: ଆଫଗାନିସ୍ତାନରେ ଭୟଙ୍କର ବିସ୍ଫୋରଣ । ଏହି ବିସ୍ଫୋରଣରେ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ସୂଚନା ରହିଛି । ଆଫଗାନିସ୍ତାନ ସରକାରୀ ମୁଖପାତ୍ର ଅବଦୁଲ ମତିନ କାନିଙ୍କ ସୂଚନା ଅନୁସାରେ, ବସ୍ପୋରଣର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ତେବେ ଆଫଗାନିସ୍ତାନର ଏକ ବ୍ୟସ୍ତବଗୁଳ ମାର୍କେଟ ନିକଟରେ ବିସ୍ଫୋରଣ ଘଟିଥିବା ନେଇ ଖବର ରହିଛି ।

ଆଫଗାନିସ୍ତାନ କନ୍ଦାର ସହରର ମିରୱାଜ ହସ୍ପିଟାଲର କର୍ମଚାରୀମାନେ କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ 30 ମୃତଦେହକୁ ଡାକ୍ତରଖାନା ଅଣାଯାଇଛି, ବହୁ ସଂଖ୍ୟକ ଆହତଙ୍କୁ ମଧ୍ୟ ଡାକ୍ତରଖାନା ଭର୍ତ୍ତି କରାଯାଇଛି ବର୍ତ୍ତମାନ ଚିକିତ୍ସା ଜାରି ରହିଛି । ଅନେକଙ୍କ ଅବସ୍ଥା ବର୍ତ୍ତମାନ ଗୁରୁତର ରହିଛି । ତେବେ ଆଗତୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି ।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏହି ଆକ୍ରମଣପେ ପ୍ରାୟ ୮ ଜଣ ତାଲିବାନୀ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । କୁହାଯାଉଛି ତାଲିବାନୀଙ୍କୁ ଟାର୍ଗେଟ୍ କରିବା ପାଇଁ ଏପରି ଆକ୍ରମଣ କରାଯାଇଛି । ଏପର୍ଯ୍ୟନ୍ତ କୌଣସୀ ଆତଙ୍କବାଦୀ ଗୋଷ୍ଠୀ ଏହି ଆକ୍ରମଣର ଦାୟିତ୍ୱ ନେଇ ନାହିଁ । ବିସ୍ପୋରଣ ସ୍ଥାନକୁସିଲ୍ କରାଯାଇଛି ।












Click it and Unblock the Notifications