ଆଫଗାନିସ୍ତାନ ଭୂମିକମ୍ପ: ମୃତ୍ୟୁ ସଂଖ୍ୟା ୧୧୨୪କୁ ବୃଦ୍ଧ
ପୂର୍ବ ଆଫ୍ଗାନିସ୍ତାନରେ ଘଟିଥିବା ଶକ୍ତିଶାଳୀ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୧ହଜାର ୧୨୪ରେ ପହଞ୍ôଚଛି । ମିଳିଥିବା ସୂଚନା ଅନୁଯାୟୀ ୩ ହଜାର ୨୫୧ ଜଣ ଆହତ ହୋଇଛନ୍ତି । ମୁଖ୍ୟତଃ କୁନାର ପ୍ରଦେଶରେ ୮ ହଜାରରୁ ଅଧିକ ବାସଗୃହ ଏହି ଭୂମିକମ୍ପରେ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି । ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଭଗ୍ନାବଶେଷ ତଳେ ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଥିବାରୁ ମୃତ୍ୟୁ ଏବଂ ଆହତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି । ପୂର୍ବ ଆଫ୍ଗାନିସ୍ତାନରେ ଗତ ରବିବାର ୬ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ନାଙ୍ଗରହାର୍ ପ୍ରଦେଶର ରାଜଧାନୀ ଜଲାଲାବାଦ୍ରୁ ୨୭ କିଲୋମିଟର ଉତ୍ତରପୂର୍ବରେ ୮ କିଲୋମିଟର ଗଭୀରରେ ରହିଥିଲା ।












Click it and Unblock the Notifications