ଆଫଗାନିସ୍ତାନରେ ମୃଦୁ ଭୂମିକମ୍ପ ଅନୁଭୂତ

Afganistan: ରବିବାର ଆଫଗାନିସ୍ତାନରେ ପୁଣି ଥରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୩ ରେକର୍ଡ କରାଯାଇଛି । ଦି ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି ସୂଚନା ଅନୁସାରେ ଆଫଗାନିସ୍ତାନର ଫୈଜାବାଦରେ ଭୂକମ୍ପର ପ୍ରଭାବ ଅଧିକ ରହିଥିଲା । ଭୂକମ୍ପରେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ସମ୍ପର୍କରେ କିଛି ସୂଚନା ମିଳିପାରି ନାହିଁ । ସେପଟେ ବାରମ୍ବାର ଭୂକମ୍ପ ଯୋଗୁଁ ଭୟରେ ଲୋକେ ।
Earthquake of Magnitude 4.3 hits Fayzabad in Afghanistan: National Center for Seismology
— ANI (@ANI) April 2, 2023
ଏହାପୂର୍ବରୁ ମାର୍ଚ୍ଚ ୨୯ରେ ଆଫଗାନିସ୍ତାନରେ ଭୂକମ୍ପ ହୋଇଥିଲା । ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୩ ରେକର୍ଡ କରାଯାଇଥିଲା । ସେହିପରି ଏହାର ଏକ ସପ୍ତାହ ପୂର୍ବରୁ, ମାର୍ଚ୍ଚ ୨୧ରେ, ଆଫଗାନିସ୍ତାନରେ ୬.୮ ମ୍ୟାଗ୍ନିଚ୍ୟୁଡର ଏକ ଭୟଙ୍କର ଭୂକମ୍ପ ହୋଇଥିଲା । ଯେଉଁଥିରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଏହି ଭୂକମ୍ପ ଯୋଗୁଁ ଆଫଗାନିସ୍ତାନ ଏବଂ ପାକିସ୍ତାନରେ ପ୍ରାୟ ୧୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୨୫୦ ଜଣ ଆହତ ହୋଇଥିଲା ।












Click it and Unblock the Notifications