ବ୍ରିଟେନର ନୂଆ ରାଜା ହେଲେ ଚାର୍ଲ୍ସ ତୃତୀୟ
ଗୁରୁବାର ବ୍ରିଟେନର ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ମୃତ୍ୟୁ ପରେ ବଡ ପୁଅ ଚାର୍ଲ୍ସ ତୃତୀୟଙ୍କୁ ରାଜଗାଦିରେ ବସାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା । ଆଜି 'ଯୋଗଦାନ ପରିଷଦ'ର ସମାରୋହରେ ଚାର୍ଲ୍ସଙ୍କୁ ନୂଆ ରାଜା ଭାବେ ଘୋଷଣା କରାଯାଇଛି।
ଲଣ୍ଡନ: ଗୁରୁବାର ବ୍ରିଟେନର ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ମୃତ୍ୟୁ ପରେ ବଡ ପୁଅ ଚାର୍ଲ୍ସ ତୃତୀୟଙ୍କୁ ରାଜଗାଦିରେ ବସାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା । ଆଜି 'ଯୋଗଦାନ ପରିଷଦ'ର ସମାରୋହରେ ଚାର୍ଲ୍ସଙ୍କୁ ନୂଆ ରାଜା ଭାବେ ଘୋଷଣା କରାଯାଇଛି। ଏହି ସମାରୋହ ପ୍ରଥମ ଥର ପାଇଁ ଟେଲିଭିଜନରେ ମଧ୍ୟ ପ୍ରସାରଣ କରାଯାଇଛି। ଲଣ୍ଡନର ସେଣ୍ଟ ଜେମ୍ସ ପ୍ୟାଲେସରେ ରାଜାଙ୍କ ଶପଥ ଗ୍ରହଣ କରାଯାଇଛି।

''ମୁଁ ସାର୍ବଭୌମତ୍ୱର କର୍ତ୍ତବ୍ୟ ଓ ଭାରି ଦାୟିତ୍ବ ବିଷୟରେ ଅବଗତ ଅଛି। ମୁଁ ମୋ ଜୀବନସାରା ବିଶ୍ୱସ୍ତତା, ସମ୍ମାନ ଓ ପ୍ରେମ ସହିତ ସେବା କରିବାକୁ ଚେଷ୍ଟା କରିବି। ଏହି ଦାୟିତ୍ବ ଗୁଡିକ କାର୍ଯ୍ୟକାରୀ କରିବାବେଳେ, ମୁଁ ସାମ୍ବିଧାନିକ ସରକାରକୁ ସମର୍ଥନ କରିବାରେ ମୁଁ ପ୍ରେରଣାଦାୟକ ଉଦାହରଣ ଅନୁସରଣ କରିବାକୁ ଚେଷ୍ଟା କରିବି।''
ପୂର୍ବ ନିୟମ ଅନୁସାରେ ସମ୍ରାଟଙ୍କ ମୃତ୍ୟୁର 24 ଘଣ୍ଟା ମଧ୍ୟରେ ନୂଆ ସମ୍ରାଟଙ୍କ ଶୋଭାଯାତ୍ରା ହୁଏ। କିନ୍ତୁ ଚଳିତ ଥର ରାଜା ଘୋଷଣା ପାଇଁ ଅଧିକ ସମୟ ଲାଗିଲା।












Click it and Unblock the Notifications