ଭୟଙ୍କର ହେଲା ଇସ୍ରାଏଲ-ଗାଜା ଯୁଦ୍ଧ, ଏୟାରଷ୍ଟ୍ରାଇକରେ ଚାଲିଗଲା ୧୬ ଜୀବନ

ନୂଆଦିଲ୍ଲୀ: ୨୦୨୩ରୁ ଆରମ୍ଭ ହୋଇଥିବା ଇସ୍ରାଏଲ-ଗାଜା ଯୁଦ୍ଧ ଥମିବାର ନାଁ ଧରୁନି । ଆଉ ଦିନକୁ ଦିନ ଉଗ୍ର ନେବାରେ ଲାଗିଛି ଏହି ବିନାଶ କାରୀ ଯୁଦ୍ଧ । ଇସ୍ରାଏଲ ସେନା ଗତକାଲି ଅର୍ଥାତ୍ ଶନିବାର ଗାଜାର ଏକ ସ୍କୁଲ ଉପରେ ଏୟାରଷ୍ଟ୍ରାଇକ୍ କରିଛି । ଏଥିରେ ୧୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୭୫ରୁ ଅଧିକ ଲୋକ ଆହତ ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ, ଏହି ସ୍କୁଲ ମିଳିତ ଜାତିସଂଘ(ୟୁଏନ)ର ଥିଲା, ଯେଉଁଠାରେ ଶରଣାର୍ଥୀମାନଙ୍କୁ ରଖାଯାଇଥିଲା ।

ସୁଚନାନୁସାରେ ଇସ୍ରାଏଲ ସେନା ପ୍ରଥମେ ସ୍କୁଲକୁ ଚାରିପଟୁ ଘେରି ଯାଇଥିଲା ଏବଂ ଏହାପରେ ଆକ୍ରମଣ କରିଥିଲା । ଇସ୍ରାଏଲ ଆକ୍ରମଣରେ ସ୍କୁଲ୍ ବିଲ୍ଡିଂଟି ଭୁଶୁଡ଼ି ପଡ଼ିଥିଲା ଏବଂ ସେଠାରେ ରହୁଥିବା ପିଲା ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ । ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Israeli air strike

ଏପର୍ଯ୍ୟନ୍ତ ଦୁଇ ଜଣ ପିଲାଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି ଏବଂ ସେମାନଙ୍କ ମଧ୍ୟରୁ ଜଣଙ୍କ ହାତରେ ଗଭୀର ଆଘାତ ଲାଗିଛି । ୟୁଏନ ଉଦ୍ଧାରକାରୀ ଦଳଙ୍କ କହିବାନୁସାରେ, ଗତ ମାସରେ ମଧ୍ୟ ଇସ୍ରାଏଲ ସେନା ଏକ ସ୍କୁଲକୁ ଟାର୍ଗେଟ କରିଥିଲେ । ପାଲେଷ୍ଟାଇନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଏବଂ ମହିଳା ଅଛନ୍ତି । ୫୦ ଆହତଙ୍କ ଚିକିତ୍ସା କରାଯାଉଛି, ଅନ୍ୟ ଲୋକମାନଙ୍କର ଘଟଣାସ୍ଥଳରେ ଚିକିତ୍ସା କରାଯାଉଛି । ଅପରପକ୍ଷେ ଇସ୍ରାଏଲ ସେନା ଏହି ବିଦ୍ୟାଳୟକୁ ଆତଙ୍କବାଦୀଙ୍କ ଆଡ୍ଡା ବୋଲି କହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+