ଆମେରିକାରେ ଗର୍ଭପାତ ବେଆଇନ ଘୋଷଣା

ବର୍ତ୍ତମାନ ଆମେରିକାରେ ବେଆଇନ ହେଲା ଗର୍ଭପାତ । ୧୯୭୩ ଜାନେ ରୋ ବନାମ ହେନେରୀ ଓ୍ୱାଡେ ମାମଲାର ରାୟକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ । ଦୀର୍ଘଦିନର ଚେଷ୍ଟାପରେ ସୁପ୍ରିମକୋର୍ଟ ଦେଇଛନ୍ତି ଏଭଳି ଏକ ରାୟ ।

ଓ୍ୱାଶିଂଟନ: ବର୍ତ୍ତମାନ ଆମେରିକାରେ ବେଆଇନ ହେଲା ଗର୍ଭପାତ । ୧୯୭୩ ଜାନେ ରୋ ବନାମ ହେନେରୀ ଓ୍ୱାଡେ ମାମଲାର ରାୟକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ । ଦୀର୍ଘଦିନର ଚେଷ୍ଟାପରେ ସୁପ୍ରିମକୋର୍ଟ ଦେଇଛନ୍ତି ଏଭଳି ଏକ ରାୟ । ପୂର୍ବତନ ରିପବ୍ଲିକାନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ନିଯୁକ୍ତି ତିନି ବିଚାରପତି ଜଷ୍ଟିସ ନିଲ ଗୋର୍ସୁଚ, ଜଷ୍ଟିସ କାଭାନ ଓ ଜଷ୍ଟିସ ଆମି କୋନି ବାରେଟଙ୍କ ଦ୍ୱାରା ବହୁମତରେ ଏହି ରାୟ ଘୋଷିତ ହୋଇଛି ।

AMERICA

ପ୍ରାୟ ୫୦ ବର୍ଷ ପରେ ଗର୍ଭପାତକୁ ନେଇ ରହିଥିବା ସାମ୍ବିଧାନିକ ଅଧିକାର ଉପରେ ଲାଗାଯାଇଛି ରୋକ । ସୁପ୍ରିମକୋର୍ଟଙ୍କ ଏହି ରାୟ ସମସ୍ତଙ୍କୁ ନିରାଶ କରିଥିବା ଦେଖାଯାଇଛି। ଅନ୍ୟପଟେ ସୁପ୍ରିମକୋର୍ଟଙ୍କ ଏହି ରାୟକୁ ବିରୋଧ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଏପରିକି ଏହି ଅଧିକାରକୁ ଆଗକୁ ଜାରି ରଖିବା ପାଇଁ ସଂଗ୍ରାମ କରିବେ ବୋଲି ବାଇଡେନ କହିଛନ୍ତି ।
ସୁପ୍ରିମକୋର୍ଟଙ୍କ ଏହି ରାୟ ଆମେରିକାକୁ ୧୫୦ ବର୍ଷ ପଛକୁ ନେଇଛି ବୋଲି ସେ କହିଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ରାୟର କିଛି ଗୋପନ ତଥ୍ୟ ମାସେ ତଳେ ଲିକ୍ ହେବା ପରେ ଦେଶବ୍ୟାପୀ ଚହଳ ସୃଷ୍ଟି କରିଥିଲା । ସୁପ୍ରିମକୋର୍ଟ ରାୟ ଆସିବା ପରେ ଅନେକ ରାଜ୍ୟରେ ଏହି ଆଇନ କାର୍ଯ୍ୟକାରୀ କରାଯାଇଛି ।

୧୯୭୩ର ରାୟରେ ସୁପ୍ରିମକୋର୍ଟ କହିଥିଲେ- ନିଜ ଶରୀର ଉପରେ ମହିଳାଙ୍କ ନିଜର ଅଧିକାର ରହିଛି ଏବଂ ସେମାନେ ଇଚ୍ଛାନୁସାରେ ଗର୍ଭପାତ କରିପାରିବେ । କିନ୍ତୁ ବର୍ତ୍ତମାନ ସୁପ୍ରିମକୋର୍ଟ ଶୁଣାଇଛନ୍ତି ଏକ ପରିବର୍ତ୍ତିତ ରାୟ । ଏହି ରାୟ ଶୁଣାଣି ପରେ ଦେଶରେ ଆନ୍ଦୋଳନ ତୀବ୍ର ହେବା ଆଶଙ୍କା ଥିବାରୁ ସୁପ୍ରିମକୋର୍ଟ ଚାରିପାଖରେ ବ୍ୟାରିକେଡ ଲଗାଯାଇ ବନ୍ଦ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+