ପରଲୋକରେ ଲୋକପ୍ରିଜ ରାଜନେତା ଅମୀର ଲିଆକତ
ପାକିସ୍ତାନର ଲୋକପ୍ରିୟ ରାଜନେତା ଅମୀର ଲିଆକାତ ହୁସେନଙ୍କ ଦେହାନ୍ତ। ଅମୀରଙ୍କୁ ସନ୍ଦେହଜନକ ଅବସ୍ଥାରେ ତାଙ୍କ ବାସଭବନ ଖୁଦାଦ କଲୋନୀରୁ ଉଦ୍ଧାର କରାଯାଇଥିଲା। ବୁଧବାର ରାତିରେ ସ୍ବାସ୍ଥ୍ୟବସ୍ଥା ଖରାପ ହୋଇଥିଲା । କିନ୍ତୁ ସେ ଡାକ୍ତରଖାନା ଯିବାକୁ ମନା କରିଦେଇଥ
ଇସଲାମାବାଦ୍: ପାକିସ୍ତାନର ଲୋକପ୍ରିୟ ରାଜନେତା ଅମୀର ଲିଆକାତ ହୁସେନଙ୍କ ଦେହାନ୍ତ। ଅମୀରଙ୍କୁ ସନ୍ଦେହଜନକ ଅବସ୍ଥାରେ ତାଙ୍କ ବାସଭବନ ଖୁଦାଦ କଲୋନୀରୁ ଉଦ୍ଧାର କରାଯାଇଥିଲା। ବୁଧବାର ରାତିରେ ସ୍ବାସ୍ଥ୍ୟବସ୍ଥା ଖରାପ ହୋଇଥିଲା । କିନ୍ତୁ ସେ ଡାକ୍ତରଖାନା ଯିବାକୁ ମନା କରିଦେଇଥିଲେ।

ତାଙ୍କ କର୍ମଚାରୀ ଜାଭେଦ କହିଛନ୍ତି ଯେ ଗୁରୁବାର ସକାଳେ ଲିଆକତଙ୍କ କୋଠରୀରୁ ଏକ ଚିତ୍କାର ଶୁଣିବାକୁ ମିଳିଥିଲା। ଏହାପରେ ହୁସେନଙ୍କ ଘରୋଇ କର୍ମଚାରୀମାନେ ତାଙ୍କ ଠାରୁ କୌଣସି ଉତ୍ତର ନ ପାଇବା ପରେ ତାଙ୍କ କୋଠରୀର କବାଟ ଭାଙ୍ଗି ଦେଇଥିଲେ।
ଏହାପରେ ତାଙ୍କୁ ସଙ୍କାଟପନ୍ନ ଅବସ୍ଥାରେ ସ୍ଥାନୀୟ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅମୀର ପାକିସ୍ତାନର ନ୍ୟାସନାଲ ସଂସଦର ପୂର୍ବତନ ସାଂସଦ ରହିଥିଲେ। ସେ ତେହରୀକ-ଇ-ଇନସାଫ୍ ପାର୍ଟିରୁ ସଦସ୍ୟ ଥିଲେ। ମୃ୍ତ୍ୟୁ ବେଳେକୁ ତାଙ୍କୁ 49 ବର୍ଷ ହୋଇଥିଲା।












Click it and Unblock the Notifications