ବ୍ରିଜ ଉପରୁ ଖସିଲା ବସ୍: ୨୧ ଯାତ୍ରୀ ଜୀବନ୍ତ ଦଗ୍ଧ
Bus Accident In Italy: ମଙ୍ଗଳବାର ଇଟାଲୀର ଭେନିସରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଗ୍ୟାସ୍ ଚାଳିତ ବସ୍ ନିୟନ୍ତ୍ରଣ ହରାଇ ବ୍ରିଜ୍ ଉପରୁ ତଳକୁ ଖସିପଡିବା ପରେ ବସରେ ନିଆଁ ଲାଗିଯାଇଥିଲା । ଫଳରେ ଘଟଣାସ୍ଥଳରେ ୨୧ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଉର୍ଦ୍ଧ୍ୱ ଜଣଙ୍କ ଅବସ୍ଥା ସଂଙ୍କଟାପନ୍ନ ରହିଥିବା ନେଇ ସୂଚନା ରହିଛି । ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବସ୍ ମିଥେନ ଗ୍ୟାସରେ ଚାଲିଥିଲା, ତେଣୁ ଏହା ଖସିଯିବା ମାତ୍ରେ ନିଆଁ ଲାଗିଯାଇଥିଲା। ଏହି କାରଣରୁ ଅନେକ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଘଟଣାର ଅନେକ ଭିଡିଓ ଏବଂ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ମୃତକଙ୍କ ମଧ୍ୟରେ ୨ଟି ଶିଶୁ ଥିବା ନେଇ ସୂଚନା ରହିଛି । ଘଟଣା ବିଷୟରେ ସୂଚନା ମିଳିବା ମାତ୍ରେ ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଞ୍ଚିଥିଲା । ପ୍ରାୟ ୨୦ ଜଣଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଖବର ରହିଛି ।
#WATCH | At least 21 people died after a city bus carrying tourists to a campground crashed off an overpass near Venice in northern Italy and caught fire, the city's prefect Michele Di Bari said: Reuters pic.twitter.com/rMNjksucn0
— ANI (@ANI) October 3, 2023
ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି ଇଟାଲି ପ୍ରଧାନମନ୍ତ୍ରୀ । ଏହାସହ ସେ ଗୁତୁର ଥିବା ଲୋକଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ସ୍ଥାନୀୟ ଅଧିକାରୀଙ୍କ ସୂଚନା ଅନୁସାରେ, ଅତି କମରେ ୨୧ ଜଣ ଲୋକ ପ୍ରାଣ ହରାଇଥିବାବେଳେ 20 ରୁ ଅଧିକ ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ମୃତଦେହ ଉଦ୍ଧାର କରିବା ଏବଂ ଚିହ୍ନଟ କରିବା ପାଇଁ ପ୍ରୟାସ ଜାରି ରହିଛି। ମୃତ ଓ ଆହତମାନେ କେବଳ ଇଟାଲୀୟ ନୁହଁନ୍ତି ବରଂ ଅନ୍ୟ ଦେଶର ଲୋକ ମଧ୍ୟ ଏଥିରେ ସାମିଲ ଅଛନ୍ତି ।

ସ୍ଥାନୀୟ କର୍ତ୍ତୃପକ୍ଷଙ୍କ କହିବାନୁସାରେ, ବସଟି ଭେନିସର ଐତିହାସିକ କେନ୍ଦ୍ରରୁ ଏକ କ୍ୟାମ୍ପିଂ ସ୍ଥାନକୁ ଫେରୁଥିବାବେଳେ ନିୟନ୍ତ୍ରଣ ହରାଇ ରାତି ପ୍ରାୟ 7.30 ସମୟରେ ବ୍ରିଜ ତଳକୁ ଖସି ପଡିଥିଲା । ଏଥିରେ ମିଥେନ ଥିଲା, ତେଣୁ ତୁରନ୍ତ ବସରେ ନିଆଁ ଲାଗିଯାଇଥିଲା । ସେପଟେ ଦୁର୍ଘଟଣାର ପ୍ରକୃତ କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡି ନାହିଁ । ହେଲେ କୁହାଯାଉଛି ଯେ ଦୁର୍ଘଟଣା ପୂର୍ବରୁ ବସ୍ ଡ୍ରାଇଭର ଅସୁସ୍ଥତା ଅନୁଭବ କରିବାରୁ ଏପରି ଭୟଙ୍କର ଦୁର୍ଘଟଣା ଘଟିଛି ।












Click it and Unblock the Notifications