ତକିଆର ମୂଲ୍ୟ 45 ଲକ୍ଷ
ତକିଆର ମୂଲ୍ୟ 45 ଲକ୍ଷ ଟଙ୍କା। ନେଦରଲ୍ୟାଣ୍ଡର ଜଣେ ସର୍ଭିକାଲ ସ୍ପେଶାଲିଟି ତଥା ଡିଜାଇନ୍ ଦିନ୍ ଭାସ ଡେର ହିଲଷ୍ଟ୍ ଏହି ଦାମୀ ତକିଆ ବିକଶିତ କରିଛନ୍ତି। ଏହା ବିଶ୍ଵର ସବୁଠାରୁ ଦାମୀ ତକିଆ। ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ୪୫ ଲକ୍ଷ ଟଙ୍କା। ବିଶ୍ଵର ସବୁଠୁ ଦାମୀ ତକ
ନେଦରଲ୍ୟାଣ୍ଡ: ତକିଆର ମୂଲ୍ୟ 45 ଲକ୍ଷ ଟଙ୍କା। ନେଦରଲ୍ୟାଣ୍ଡର ଜଣେ ସର୍ଭିକାଲ ସ୍ପେଶାଲିଟି ତଥା ଡିଜାଇନ୍ ଦିନ୍ ଭାସ ଡେର ହିଲଷ୍ଟ୍ ଏହି ଦାମୀ ତକିଆ ବିକଶିତ କରିଛନ୍ତି। ଏହା ବିଶ୍ଵର ସବୁଠାରୁ ଦାମୀ ତକିଆ। ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ୪୫ ଲକ୍ଷ ଟଙ୍କା। ବିଶ୍ଵର ସବୁଠୁ ଦାମୀ ତକିଆ ବୋଲି ଏହାକୁ କୁହାଯାଉଛି।

ଇଜିପ୍ଟର କପା, ମଲବରି ସିଲ୍କ ଓ ଅଣ ବିଷାକ୍ତ ନେଦରଲ୍ୟାଣ୍ଡ ମେମୋରି ଫୋମ ବ୍ୟବହାର ଏହି ତକିଆରେ କରାଯାଇଛି। ହିଲଷ୍ଟଙ୍କୁ ଏହି ସ୍ୱତନ୍ତ୍ର ତକିଆ ବିକଶିତ କରିବାକୁ ୧୫ ଦିନ ସମୟ ଲାଗିଥିଲା।
୨୪ କ୍ୟାରେଟ ସୁନା, ହୀରା ଓ ସାଫାୟାରେ ଏହି ତକିଆ ତିଆରି ହୋଇଛି। ରୋବୋଟିକ୍ ମିଲିଂ ମେସିନରେ ତିଆରି ହୋଇଥିବା କପାକୁ ଏହି ତକିଆ ପ୍ରସ୍ତୁତରେ ବ୍ୟବହାର ହୋଇଛି। ନିଦ୍ରହୀନତା ସମସ୍ୟା ଥିବା ଲୋକମାନଙ୍କ ପାଇଁ ଏହି ତକିଆ ବିଶେଷ ମାତ୍ରାରେ ସହାୟକ ବୋଲି ଏହାର ଡିଜାଇନର ହିଲଷ୍ଟ୍ କହିଛନ୍ତି।
ହିଲଷ୍ଟ୍ ଏକ ସାକ୍ଷାତକାରରେ ସେ କହିଥିଲେ, "ଜଣେ ବିଶେଷଜ୍ଞ ଭାବରେ, ମୁଁ ମୋର ରୋଗୀମାନଙ୍କୁ ଏକ ଭଲ ତକିଆ କିଣିବା ପାଇଁ ଏକ ଦୋକାନକୁ ପଠାଉଥିଲି । କିନ୍ତୁ କେଉଁ ରୋଗୀଙ୍କ ପାଇଁ ସଠିକ୍ ତକିଆ କ'ଣ? କେଉଁଟା ସେମାନଙ୍କ ପାଇଁ ଫିଟ ହେବ, ସେଥିରେ ସମସ୍ୟା ଦେଖାଦେଇଥିଲା , ଏହାପରେ ମୁଁ ନିଜେ ଏକ ଏଭଳି ତକିଆ ତିଆରି କରିବା ପାଇଁ ସ୍ଥିର କରିଥିଲି । " ଏହି ତକିଆ ସ୍ଲିପ ଡିଜଅର୍ଡରରୁ ମୁକ୍ତି ଦେବାରେ ସହାୟକ ହେବ । ଔଷଧ ଠାରୁ ବେଶୀ ଭଲ କାମ ଦେବ ଏହି ତକିଆ ।












Click it and Unblock the Notifications