ଇରାନରେ ଏକ ସାମରିକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ,୪ ମୃତ
ଆମେରିକା ସହିତ ଭୀଷଣ ଉତ୍ତେଜନା ମଧ୍ୟରେ ଆଜି କେନ୍ଦ୍ରୀୟ ଇରାନରେ ଏକ ସାମରିକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣା ଇରାନର ଏକ ଫଳ ଏବଂ ପନିପରିବା ମାର୍କେଟରେ ଘଟିଛି । ଫଳରେ ଅତି କମରେ ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଇରାନର ରାଜଧାନୀ ତେହେରାନରୁ ପ୍ରାୟ ୩୩୦କିଲୋମିଟର ଦକ୍ଷିଣରେ ଇସଫାହାନ ପ୍ରଦେଶର ଡୋରଚେ ସହରରେ ଏହି ଦୁର୍ଘଟଣା ଘଟିଥିବା କୌଣସି ଏକ ସୂତ୍ରରୁ ପ୍ରକାଶ ପାଇଛି ।

ସୂଚନାନୁଯାୟୀ, ଇରାନ ବାୟୁସେନାର ଏୟାରବେସ୍ ଇସ୍ଫାହାନ ନିକଟରେ ଅବସ୍ଥିତ । ଯାହା ଇରାନର ପ୍ରମୁଖ ପରମାଣୁ ସ୍ଥଳ । ଆମେରିକା ଜୁନ୍ ମାସରେ ଇରାନ୍-ଇସ୍ରାଏଲ ଯୁଦ୍ଧ ସମୟରେ ପରମାଣୁ ସ୍ଥଳ ଉପରେ ଆକ୍ରମଣ କରିଥିଲା । ଏହା ବ୍ୟତୀତ ଫୋର୍ଡଓ ଏବଂ ନାଟାଞ୍ଜ ପରମାଣୁ କେନ୍ଦ୍ର ଉପରେ ମଧ୍ୟ ବୋମା ମାଡ଼ କରିଥିଲା ।
ଏହାରି ମଧ୍ୟରେ ସାମରିକ ହେଲିକପ୍ଟରଟି ତାଲିମ ଉଡ଼ାଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବୋଲି ସରକାରୀ ଟିଭି ପକ୍ଷରୁ ସୂଚନା ମିଳିଛି । ଯେଉଁଥିରେ ପାଇଲଟଙ୍କ ସମେତ ସହ-ପାଇଲଟ୍ ମୃତ୍ୟୁବରଣ କରିଛନ୍ତି । ବଜାରରେ ତଳେ ଥିବା ଦୁଇଜଣଙ୍କ ମୃତ୍ୟୁ ହୋଇଛି । ଏହା ଏକ ସପ୍ତାହରୁ କମ୍ ସମୟ ମଧ୍ୟରେ ଇରାନରେ ଦ୍ୱିତୀୟ ଦୁର୍ଘଟଣା । ଦୁର୍ଘଟଣା ସମୟର ଧୂଆଁମୟ ଫୁଟେଜ ସାମ୍ନାକୁ ଆସିଛି । ପୂର୍ବରୁ ପଶ୍ଚିମ ଇରାନର ହମାଦାନ ସହର ନିକଟରେ ଏକ F-4 ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଜଣେ ପାଇଲଟଙ୍କ ମୃତ୍ୟୁ ଘଟିଛି । ଯାହା ଇରାନରେ ଭୟଙ୍କର ଦୁର୍ଘଟଣାର ଇତିହାସ ରହିଛି ।
-
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଇତିହାସ ରଚିଲା ଟିମ୍ ଇଣ୍ଡିଆ, ଫାଇନାଲରେ ୯୬ ରନରେ ଜିତି ଟାଇଟଲ ବଜାୟ ରଖିଲା ଭାରତ -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ












Click it and Unblock the Notifications