Get Updates
Get notified of breaking news, exclusive insights, and must-see stories!

ବିଶ୍ୱାସ ନହେଲେ ବି ସତ : ସାତ ବର୍ଷର ଝିଅ ଉଠାଉଛି ସତୁରୀ କେଜିର ଓଜନ

ସାତ ବର୍ଷର ଏହି ଝିଅ ଓ୍ୱେଟ୍ ଲିପ୍ଟିଂ କରି ସମସ୍ତଙ୍କ ମନ ଜିଣି ନେଇଛନ୍ତି । ରୋରୀ ବେନ୍ 80 କେଜିର ଡେଡ୍ ଲିପ୍ଟ କରି ପାରନ୍ତି ।

କାନାଡା : କାନାଡାରେ ରହୁଥିବା ସାତ ବର୍ଷର ଝିଅ ରୋରୀ ବେନ୍ ଉଲ୍ଲଫତ୍ ଏବେ ସୋଶାଲ ମିଡିଆରେ ଚହଳ ପକାଇଛି । ସାତ ବର୍ଷ ବୟସର ଏହି ରୋରୀ ଏବେ ଯାହା କରୁଛନ୍ତି ତାହାକୁ ନେଇ ସାରା ବିଶ୍ୱରେ ଏବେ ଚର୍ଚ୍ଚା । ସାତ ବର୍ଷର ଏହି ଝିଅ ଓ୍ୱେଟ୍ ଲିପ୍ଟିଂ କରି ସମସ୍ତଙ୍କ ମନ ଜିଣି ନେଇଛନ୍ତି । ରୋରୀ ବେନ୍ 80 କେଜିର ଡେଡ୍ ଲିପ୍ଟ କରି ପାରନ୍ତି । ସେହିପରି ସ୍ନୋଚରେ 32 କେଜିର ଓଜନ ଉଠାଇ ପାରେ । ଏଥିସହ ରୋରୀ ପ୍ରମାଣିତ କରିଦେଲେ ଯେ ବୟସ ଓ ଓଜନ କୌଣସି କ୍ଷେତ୍ରରେ ପ୍ରତିବନ୍ଧକ ସାଜେ ନାହିଁ ।

ଦୁଇ ବର୍ଷ ହେଲା ନେଉଥିଲେ ତାଲିମ

ରୋରୀ

ରିପୋର୍ଟ ଅନୁସାରେ ରୋରୀ ବେନ୍ ଏହି ଉପଲବ୍ଧି କେବଳ ଦୁଇ ବର୍ଷର ତାଲିମରେ ହାସଲ କରି ପାରିଛନ୍ତି । ରୋରୀ ତାଙ୍କର ପାଞ୍ଚ ବର୍ଷ ବୟସରେ ପାଳନ କରିଥିବା ଜନ୍ମଦିନ ପର ଠାରୁ ଏହି ଓଜନ ଉଠାଇବା ଅଭ୍ୟାସ ଆରମ୍ଭ କରିଥିଲେ । ଏହି କମ୍ ସମୟରେ ଏହି ରେକର୍ଡ କରି ନିଜକୁ ଲୌହ ମହିଳା ଭାବରେ ନାମିତ କରିଛନ୍ତି । କାନାଡାରେ ନିଜ ବାପା-ମା' ଓ ପାଞ୍ଚ ବର୍ଷର ଭାଇ ସହ ରୁହନ୍ତି ରୋରୀ । ରୋରୀଙ୍କ ଉଚ୍ଚତା ମାତ୍ର 4 ଫୁଟ୍ । ରୋରୀଙ୍କର ଏକ ଇନଷ୍ଟାଗ୍ରାମ ଆକାଉଣ୍ଟ୍ ମଧ୍ୟ ଅଛି ଯାହାକୁ ତାଙ୍କର ବାପା-ମା ଚଲାନ୍ତି । ଗତ ସପ୍ତାହରେ 30 କେଜି ବର୍ଗରେ ଅଣ୍ଡର 11 ଓ ଅଣ୍ଡର 13 ୟୁଥ୍ ନ୍ୟାସନାଲ ଚାମ୍ପିୟନରେ ବିଜୟୀ ହୋଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଥିଲେ ।

ରୋରୀ କାନାଡା

ଏବେ ଯାଏଁ ସେ ସବୁଠୁ କମ୍ ଆମେରେକୀୟ ଯୁବ ଚ୍ୟାମ୍ପିୟନର ରେକର୍ଡ ନିଜ ନାଁରେ କରିଛନ୍ତି । ରୋରୀ ଏହି ସଫଳତା ହାସଲ କରିବା ପାଇଁ ପ୍ରତି ସପ୍ତାହ 9 ଘଣ୍ଟାରୁ ଅଧିକ ସମୟ ତାଲିମ ନେଇ ଥାନ୍ତି । ସେହିପରି ଓ୍ୱେଟ୍ ଲିପ୍ଟିଗିଂର ତାଲିମ 4 ଘଣ୍ଟା ନେଇଥାନ୍ତି । ଏକ ସାକ୍ଷତକାରରେ ରୋରୀ କହିଛନ୍ତି ତାଙ୍କୁ ସବୁବେଳେ ମଜବୁତ୍ ଏବଂ ଫିଟ୍ ରହିବାକୁ ପସନ୍ଦ ଲାଗେ । ଏଥିପାଇଁ ସେ ପରିଶ୍ରମ କରନ୍ତି । କମ୍ ବୟସରେ ଏହି ମାଇଲଖୁଣ୍ଟ ପ୍ରତିଷ୍ଠା କରି ରୋରୀ ବିଶ୍ୱର ସବୁଠୁ ମଜବୁତ୍ ମହିଳା ହୋଇ ପାରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+