Get Updates
Get notified of breaking news, exclusive insights, and must-see stories!

ଇସ୍ରାଏଲ-ହମାସ ଯୁଦ୍ଧର ପ୍ରଭାବ ପଡିଲା ଆମେରିକା ଉପରେ, ୬ ବର୍ଷର ଶିଶୁକୁ ୨୬ ଥର ଛୁରା ମାଡ଼

Israel-Hamas War Latest Update: ଇସ୍ରାଏଲ ଏବଂ ହମାସ ମଧ୍ୟରେ ହୋଇଥିବା ବିବାଦର ପ୍ରଭାବ ବର୍ତ୍ତମାନ ଆମେରିକାରେ ମଧ୍ୟ ଦେଖିବା ପାଇଁ ମିଳୁଛି । ଆମେରିକାରେ ଜୋସେଫ କାଜୁବା ନାମକ ଜଣେ 71 ବର୍ଷ ବୟସ୍କ ବ୍ୟକ୍ତି ଜଣେ 6 ବର୍ଷର ଶିଶୁକୁ ହତ୍ୟା କରିବା ସହ 32 ବର୍ଷ ବୟସ୍କା ମହିଳାଙ୍କୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ପିଲାଟି ଏକ ମୁସଲମାନ ପରିବାରର ଏବଂ ପାଲେଷ୍ଟାଇନ ବାସିନ୍ଦା ଥିଲା ।

ଯୁକ୍ତରାଷ୍ଟ୍ରର ପ୍ଲେନଫିଲ୍ଡରେ 71 ବର୍ଷିୟ ଜୋସେଫ କାଜୁବା ଜଣେ ଛଅ ବର୍ଷର ଶିଶୁକୁ 26 ଥର ଛୁରୀ ମାଡ଼ କରି ହତ୍ୟା କରିଥିଲେ। ତାଙ୍କ ମା କୌଣସି ପ୍ରକାରେ ବାଥରୁମରେ ଲୁଚି ନିଜ ଜୀବନ ରକ୍ଷା କରିଥିଲେ କିନ୍ତୁ ପୁଅକୁ ବଞ୍ଚାଇ ପାରିନଥିଲେ।

 israel palestine

ଇଲିନୋଇସ୍ କାଭିଲ୍ କାଉଣ୍ଟି ସରିଫ୍ କାର୍ଯ୍ୟାଳୟ କହିଛି ଯେ ହମାସ ଏବଂ ଇସ୍ରାଏଲ୍ ମଧ୍ୟରେ ଚାଲିଥିବା ବିବାଦ ହେତୁ ଜୋସେଫ କାଜୁବା ଏହି ପୀଡିତମାନଙ୍କୁ ଟାର୍ଗେଟ କରିଛନ୍ତି। ଜୋସେଫ କାଜୁବାଙ୍କୁ ହତ୍ୟା, ହତ୍ୟା ଉଦ୍ୟମ, ଘୃଣା ଅପରାଧ ଏବଂ ଜଘନ୍ୟ ଆକ୍ରମଣ ଅଭିଯୋଗରେ ଦର୍ଶାଇ ଗିରଫ କରାଯାଇଛି ।

ଶନିବାର ସକାଳେ ଜଣେ ମହିଳାଙ୍କଠାରୁ ଜରୁରୀକାଳୀନ କଲ ଆସିଥିଲା। ମହିଳା ଜଣକ କହିଛନ୍ତି ଯେ ତାଙ୍କ ଘର ମାଲିକ ଜୋସେଫ କାଜୁବା ତାଙ୍କ ଉପରେ ଆକ୍ରମଣ କରିଛନ୍ତି, ସେ ବାଥରୁମରେ ଲୁଚି ରହିଥିଲେ। ପୋଲିସ ସେଠାରେ ପହଞ୍ଚି ମହିଳା ଓ ଶିଶୁକୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲା କିନ୍ତୁ ଶିଶୁଟିର ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା।

ଅନୁସନ୍ଧାନରୁ ଜଣାପଡିଛି ଯେ ପିଲାଟିକୁ 26 ଥର ଛୁରାମାଡ଼ ହୋଇଛି । ପୋଲିସ ସୂଚନା ଅନୁସାରେ, ଅଭିଯୁକ୍ତ ଶିଶୁଟିକୁ ହତ୍ୟା କରିବା ପାଇଁ 12 ଇଞ୍ଚର ଏକ ଛୁରିର ବ୍ୟବହାର କରିଛି । ସେହିପରି ମହିଳା ଜଣଙ୍କୁ ଏବେ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ମହିଳା ଏବଂ ଶିଶୁଟି ମୁସଲମାନ ହୋଇଥିବାରୁ ଏବଂ ହମାସ ଏବଂ ଇସ୍ରାଏଲ ମଧ୍ୟରେ ବିବାଦ କାରଣରୁ ଟାର୍ଗେଟ ଅଭିଯୁକ୍ତ ତାଙ୍କ ଉପରେ ଆକ୍ରମଣ କରାଯାଇଛି

ଅକ୍ଟୋବର 07 ରେ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା। ଇସ୍ରାଏଲରେ ଏପର୍ଯ୍ୟନ୍ତ 1400 ଲୋକଙ୍କର ମୃତ୍ୟୁ ହୋଇଛି। ଇସ୍ରାଏଲର ଆକ୍ରମଣ ଯୋଗୁଁ ବର୍ତ୍ତମାନ ପର୍ଯ୍ୟନ୍ତ ଗାଜାରେ 2450 ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+