ପାକିସ୍ତାନ ସେନା ଉପରେ ବିଏଲଏର ବଡ଼ ଆକ୍ରମଣ, ୯ ସୈନିକଙ୍କ ମୃତ୍ୟୁ
ପାକିସ୍ତାନର ବେଲୁଚିସ୍ତାନରେ ପୁଣି ଥରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଅତି କମରେ 9 ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମଙ୍ଗଳବାର ଦିନ ଅଧିକାରୀମାନେ ଏହି ଆକ୍ରମଣ ବିଷୟରେ ସୂଚନା ଦେଇଛନ୍ତି ।
ପାକ୍ ସେନା ଯବାନମାନେ ଯାଉଥିବା ସମୟରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୯ ଜଣ ଯବାନ ମୃତ୍ୟୁବରଣ କରିଛନ୍ତି ଓ ଆହୁରି କେତେକ ଆହତ ହୋଇଛନ୍ତି । ମଙ୍ଗଳବାର ଦିନ ପାକିସ୍ତାନୀ ସୁରକ୍ଷା ଅଧିକାରୀମାନେ ଏହି ଆକ୍ରମଣ ବିଷୟରେ ସୂଚନା ଦେଇଛନ୍ତି।

ୱାଶୁକ୍ ଜିଲ୍ଲାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ବେଲୁଚ ଆତଙ୍କବାଦୀମାନେ ଏକ ପୁଲିସ ଷ୍ଟେସନ ଏବଂ ଏକ ସୀମା ସୁରକ୍ଷା କମ୍ପ୍ଲେକ୍ସ ଉପରେ ଆକ୍ରମଣ କରିଛନ୍ତି। ଅଧିକାରୀଜଣକ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, "ସେନା ଯବାନମାନେ ଯାଉଥିବା ସମୟରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୯ ଜଣ ଯବାନ ମୃତ୍ୟୁବରଣ କରିଛନ୍ତି ଓ ଆହୁରି କେତେକ ଆହତ ହୋଇଛନ୍ତି ।












Click it and Unblock the Notifications