ଫିଲିପାଇନ୍ସରେ ଫାଟିଲା ଆଗ୍ନେୟଗିରି, ୮୭ ହଜାର ଲୋକଙ୍କୁ ସ୍ଥାନାନ୍ତର
ଫିଲିପାଇନ୍ସର କନଲାଓନ୍ ଆଗ୍ନେୟଗିରିରେ ବଡ଼ ଧରଣର ବିସ୍ଫୋରଣ ଘଟିଛି । ଜ୍ୱାଳାମୁଖୀ ଫାଟିବା ପରେ ଆକାଶରେ ହଜାର ହଜାର ମିଟର ଉଚ୍ଚ ଯାଏ ପାଉଁଶ ଧୂଆଁ ବ୍ୟାପିଯାଇଛି । ପ୍ରଶାସନ ଆଖାପାଖ ଗ୍ରାମଗୁଡ଼ିକୁ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛି ଏବଂ ରିଲିଫ୍ କାର୍ଯ୍ୟ ଚାଲିଛି । ଫିଲିପାଇନ୍ସର ନାଗରିକ ସୁରକ୍ଷା ଅଫିସ୍ ମୁତାବକ, କନଲାଓନ୍ ଆଗ୍ନେୟଗିରି ବିସ୍ଫୋରଣ ହେତୁ ପ୍ରାୟ ୮୭,୦୦୦ ଲୋକଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ।
ସୂଚନାନୁଯାୟୀ, ଜ୍ଵାଳାମୁଖୀର ଆଖପାଖ ଅଞ୍ଚଳକୁ ଏବେ ଖାଲି କରିଦିଆଯାଇଛି। ଫିଲିପାଇନ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଭଲକାନୋଲୋଜି ଆଣ୍ଡ୍ ସିସ୍ମୋଲୋଜି ପକ୍ଷରୁ ୩ ନଂ ବିପଦ ସଙ୍କେତ ଜାରି କରାଯାଇଛି। ଅର୍ଥାତ୍ ଯେକୌଣସି ମୁହୂର୍ତ୍ତରେ ଜ୍ଵାଳାମୁଖୀ ବିସ୍ଫୋରଣ ଅଧିକରୁ ଅଧିକ ବିପଦଜ୍ଜନକ ହୋଇପାରେ। ବୈଜ୍ଞାନିକଙ୍କ ଅନୁଯାୟୀ, ଏହି ଜ୍ଵାଳାମୁଖୀ ଯେକୌଣସି ସମୟରେ ହାଇଏଷ୍ଟ ପିକ୍ ପଏଣ୍ଟ ଛୁଇଁପାରେ।

ନିଗ୍ରୋସ ଦ୍ଵୀପରେ ଅବସ୍ଥିତ କନଲାଓନ ଜ୍ଵାଳାମୁଖୀ ଫିଲିପାଇନ୍ସର ସବୁଠୁ ସକ୍ରିୟ ଜ୍ଵାଳାମୁଖୀ ମଧ୍ୟରୁ ଅନ୍ୟତମ। ଏହା ପୂର୍ବରୁ ୨୦୨୪ ଜୁନ୍ ମାସରେ ଜ୍ଵାଳାମୁଖୀ ସକ୍ରିୟ ହୋଇଥିଲା। ସୋମବାର ଜ୍ଵାଳାମୁଖୀ ପୁଣି ଥରେ ସକ୍ରିୟ ହେବା ଯୋଗୁଁ ପିଲିପାଇନ୍ସ ସରକାର ଏବେ ୬ କିମି ପର୍ଯ୍ୟନ୍ତ ଆଖପାଖ ଅଞ୍ଚଳକୁ ଖାଲି କରିଦେଇଛନ୍ତି। ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏହା ପ୍ରକୃତିର ତାଣ୍ଡବର ଆଉ ଏକ ଉଦାହରଣ।












Click it and Unblock the Notifications