ଅଷ୍ଟ୍ରେଲିଆ କ୍ରୁଜ୍ ଜାହାଜରେ 800 କୋଭିଡ୍ ପଜିଟିଭ୍ ଚିହ୍ନଟ, ସିଡନୀରେ ଆତଙ୍କ
ଅଷ୍ଟ୍ରେଲିଆ କ୍ରୁଜ୍ ଜାହାଜରେ 800 କୋଭିଡ୍ ପଜିଟିଭ୍ ଚିହ୍ନଟ। ଅଷ୍ଟ୍ରେଲିଆର ଗୃହ ବ୍ୟାପାର ମନ୍ତ୍ରୀ ଶନିବାର ଜନସାଧାରଣଙ୍କୁ ଆଶ୍ୱାସନା ଦେଇଛନ୍ତି।
ସିଡନୀ: ଅଷ୍ଟ୍ରେଲିଆର ଏକ କ୍ରୁଜରେ 800 କୋଭିଡ ପଜିିଟିଭ ଚିହ୍ନଟ। ଗୃହ ବ୍ୟାପାର ମନ୍ତ୍ରୀ ଶନିବାର ଜନସାଧାରଣଙ୍କୁ ଆଶ୍ୱାସନା ଦେବାକୁ ଚେଷ୍ଟା କରିଥିଲେ ଯେ କୋଭିଡ-୧୯ ପ୍ରୋଟୋକଲ୍ ପର୍ଯ୍ୟାପ୍ତ ଥିଲା।

କମ୍ପାନୀ କହିଛି ଯେ କାର୍ନିଭାଲ ଅଷ୍ଟ୍ରେଲିଆର ମ୍ୟାଜେଷ୍ଟିକ୍ ପ୍ରିନ୍ସେସ୍ କ୍ରୁଜ୍ ଜାହାଜ ସବୁଠାରୁ ଜନବହୁଳ ରାଜ୍ୟ ନ୍ୟୁ ସାଉଥ୍ ୱେଲ୍ସର ରାଜଧାନୀ ସିଡନୀରେ ପହଞ୍ଚିଥିଲା। ଏହାପରେ ଯାହାଜରେ ଥିବା ଯାତ୍ରୀଙ୍କର ପରୀକ୍ଷା ପରେ କୋଭିଡ ପଜିିଟିଭ ଥିବା ଜଣାପଡିଥିଲା । ରାଜ୍ୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଏହି ପ୍ରକୋପର ବିପଦ ସ୍ତରକୁ "ଟାୟାର 3"ରେ ମୂଲ୍ୟାଙ୍କନ କରିଛନ୍ତି, ଯାହା ଏକ ଉଚ୍ଚ ସ୍ତରର ଟ୍ରାନ୍ସମିସନ୍ ସୂଚିତ କରିଥାଏ । ଏକ ଅନୁସନ୍ଧାନରୁ ଜଣାପଡିଛି, ନ୍ୟୁ ସାଉଥ୍ ୱେଲ୍ସରେ ମଧ୍ୟ ୯୧୪ ସଂକ୍ରମଣ ଏବଂ ୨୮ ଜଣଙ୍କମୃତ୍ୟୁର କାରଣ ପାଲଟିଛି ।
ଗୃହ ବ୍ୟାପାର ମନ୍ତ୍ରୀ କ୍ଲାରେ ଓ'ନିଲ ମେଲବୋର୍ଣ୍ଣରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଫେଡେରାଲ୍ ସୀମା ବାହିନୀ ଅଧିକାରୀ ରାଜ୍ୟ କର୍ତ୍ତୃପକ୍ଷଙ୍କ ପାଇଁ ଏକ ସପ୍ଲିମେଣ୍ଟାରୀ ଭୂମିକା ଗ୍ରହଣ କରିବେ। ଏଥିସହିତ ପଜିଟିଭ୍ ଯାତ୍ରୀମାନଙ୍କୁ ଜାହାଜରେ ଅଲଗା ରଖାଯିବା ସହିତ ଡାକ୍ତରୀ କର୍ମଚାରୀଙ୍କ ଦ୍ୱାରା ଯତ୍ନ ନିଆଯାଉଛି ବୋଲି କୁହାଯାଇଛି। ସମଗ୍ର ଅଷ୍ଟ୍ରେଲିଆରେ କୋଭିଡ-୧୯ ମାମଲା ବୃଦ୍ଧି ପାଇବା ପରେ ଓମିକ୍ରୋନ୍ ଭାରିଆଣ୍ଟ ଏକ୍ସବିବିର ସମ୍ପ୍ରଦାୟ ପ୍ରସାରଣକୁ ପ୍ରତିଫଳିତ କରୁଛି।












Click it and Unblock the Notifications