ସୁଶୀଳା କାର୍କିଙ୍କ ବଡ଼ ନିଷ୍ପତ୍ତି, ପ୍ରାଣ ହରାଇଥିବା ବିକ୍ଷୋଭକାରୀଙ୍କୁ ସହିଦ ଘୋଷଣା ପ୍ରଧାନମନ୍ତ୍ରୀ

ନେପାଳରେ ଇତିହାସ ସୃଷ୍ଟି କଲା ଜେନ-ଜି'ଙ୍କ ବିଳ୍ପବ। ସୋସିଆଲ ମିଡିଆ ପ୍ରତିବନ୍ଧକ ବାହାନାରେ ଯୁବକମାନେ ଏକଜୁଟ ହୋଇ ବେକାରୀ ଏବଂ ଦୁର୍ନୀତି ଭଳି ପ୍ରସଙ୍ଗରେ ଦେଶରେ କ୍ଷମତା ପରିବର୍ତ୍ତନ କରିଦେଲେ। ଏକ ନୂଆ ସୂର୍ଯ୍ୟୋଦୟର ଆଶାରେ, ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ସୁଶୀଳା କାର୍କିଙ୍କୁ ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ଭାବରେ ମନୋନୀତ କରାଯାଇଛି। ଶପଥ ଗ୍ରହଣ କରିବା ପରେ, ସୁଶୀଳା କାର୍କି ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହୋଇଥିଲେ। ସୁଶୀଳା କାର୍କି ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଗତ ଶୁକ୍ରବାର ଶପଥ ନେଇଥିଲେ ହେଁ ଆଜି ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିବା ସହିତ କାର୍ଯ୍ୟ ଆରମ୍ଭ କରିଛନ୍ତି। ସିଂହ ଦରବାର ଅଭିମୁଖେ ଯିବା ପୂର୍ବରୁ ଆଜି ସକାଳେ ସେ ରାଜଧାନୀ କାଠମାଣ୍ଡୁର ଲେନଚୌରସ୍ଥିତ ସହିଦ ସ୍ମାରକୀକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଗୃହ ମନ୍ତ୍ରଣାଳୟର କୋଠାରୁ ଅନ୍ତରୀଣ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କି ତାଙ୍କ କାର୍ଯ୍ୟ ଆରମ୍ଭ କରିଛନ୍ତି। କାରଣ ଜେନ୍ ଜେଡ୍‌ଙ୍କ ଆନ୍ଦୋଳନ ବେଳେ ପ୍ରଧାନମନ୍ତ୍ରୀ ଅଫିସ୍ ଚାଲୁଥିବା ସ୍ଥାନଟି ବହୁତ କ୍ଷତିଗ୍ରସ୍ତ ହୋଇଛି। ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଗୃହ ମନ୍ତ୍ରଣାଳୟ କୋଠାକୁ ସ୍ଥାନାନ୍ତର କରାଯାଇଛି।

Nepal pm

ଦେଶର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସେ ଜେନ୍ ଜେଡ୍ ବିକ୍ଷୋଭ ବେଳେ ଗତ ସପ୍ତାହରେ ପ୍ରାଣ ହରାଇଥିବା ବିକ୍ଷୋଭକାରୀଙ୍କୁ ସହିଦ ଘୋଷଣା କରିଛନ୍ତି ଓ ସେମାନଙ୍କ ପରିବାର ଲୋକଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ମୁଖ୍ୟ ଶାସନ ସଚିବ ଏକନାରାୟଣ ଆର୍ଯ୍ୟଲ ଏହି ଖବରକୁ ସ୍ପଷ୍ଟ କରିଛନ୍ତି।

କାଠମାଣ୍ଡୁ ପୋଷ୍ଟ ରିପୋର୍ଟ ଅନୁଯାୟୀ, ସରକାର ୧୩୪ ଜଣ ଆହତ ପ୍ରଦର୍ଶନକାରୀ ଏବଂ ୫୭ ଜଣ ଆହତ ପୋଲିସ କର୍ମଚାରୀଙ୍କ ଚିକିତ୍ସା ଘୋଷଣା କରିଛନ୍ତି। ଦି ହିମାଳୟାନ ଟାଇମ୍ସର ରିପୋର୍ଟ ଅନୁଯାୟୀ, ପ୍ରତିବାଦ ସମୟରେ ହୋଇଥିବା କ୍ଷୟକ୍ଷତିର ବିସ୍ତୃତ ବିବରଣୀ ପ୍ରଦାନ କରି ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ ମନ୍ତ୍ରଣାଳୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନେପାଳରେ ପ୍ରତିବାଦରେ ୭୨ ଜଣ ପ୍ରାଣ ହରାଇଛନ୍ତି, ଯେଉଁଥିରେ ୫୯ ଜଣ ପ୍ରଦର୍ଶନକାରୀ, ୧୦ ଜଣ କଏଦୀ ଏବଂ ତିନି ଜଣ ପୋଲିସ ଅଧିକାରୀ ସାମିଲ ଅଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+