ପେରୁରେ ଭୂକମ୍ପ ଝଟକା: ଆସିପାରେ ସୁନାମୀ
Earthquake: ପେରୁରେ 7.2 ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଯାହା ପରେ ସୁନାମି ହେବାର ଆଶଙ୍କା ରହିଛି । ଅତିକିପା ଜିଲ୍ଲା ଠାରୁ 8.8 କିଲୋମିଟର ଦୂରରେ ଭୂକମ୍ପ ହେବାର ତୁରନ୍ତ ପରେ USGS ତୀବ୍ରତା ବଢିଯାଇଛି । ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ କହିଛି ଯେ ଶୁକ୍ରବାର ଦିନ କେନ୍ଦ୍ରୀୟ ପେରୁ ଉପକୂଳରେ 7.2 ତୀବ୍ରତାର ଭୂକମ୍ପ ଘଟିଛି, ଯେଉଁ କାରଣରୁ କେତେକ ଉପକୂଳବର୍ତ୍ତୀ ଅଞ୍ଚଳରେ ସୁନାମି ତରଙ୍ଗ ସୃଷ୍ଟି ହେବାର ସମ୍ଭାବନା ରହିଛି। ପ୍ରଶାନ୍ତ ସୁନାମି ଚେତାବନୀ କେନ୍ଦ୍ର ପୂର୍ବରୁ କହିଥିଲା ଯେ କୌଣସି ବିପଦ ନାହିଁ। ହେଲେ ଭୂକମ୍ପ ପରେ ସୂଚନା ଜାରି କରାଯାଇଛି ଯେ ସମୁଦ୍ର କୂଳରେ ତିନି ମିଟର ଉଚ୍ଚର ଜୁଆର ସୃଷ୍ଟି ହୋଇପାରେ।
#Earthquake (#sismo) possibly felt 7 sec ago in #Peru (detected from @SismoDetector). Felt it? Tell us via:
— EMSC (@LastQuake) June 28, 2024
📱https://t.co/IbUfG7TFOL
🌐https://t.co/AXvOM7I4Th
🖥https://t.co/wPtMW5ND1t
⚠ Automatic crowdsourced detection, not seismically verified yet. More info soon! pic.twitter.com/ByC35Z94LW
ଯୁକ୍ତରାଷ୍ଟ୍ରର ଭୂତତ୍ତ୍ୱ ସର୍ବେକ୍ଷଣ ରିପୋର୍ଟ ଅନୁସାରେ, ଶୁକ୍ରବାର ଦିନ ପ୍ରାୟ 11:06 ସମୟରେ ଏହି ଭୂକମ୍ପ ଘଟିଛି। ଏହାପୂର୍ବରୁ ଜୁନ୍ 16 ରେ ପେରୁରେ ଭୂମିକମ୍ପ ହୋଇଥିଲା । ଯାହା 5.9 ତୀବ୍ରତା ରେକର୍ଡ କରାଯାଇଥିଲା । ବାସ୍ତବରେ ଦକ୍ଷିଣ ଆମେରିକାର ଦେଶ ପେରୁ ଶୁକ୍ରବାର ଦିନ ଶକ୍ତିଶାଳୀ ଭୂକମ୍ପ ହୋଇଛି । ଏହାର ତୀବ୍ରତା ରିଚ୍ଟର ସ୍କେଲରେ 7.2 ରେକର୍ଡ କରାଯାଇଛି ।

ତେବେ ଭୂକମ୍ପରେ କୌଣସି କ୍ଷୟକ୍ଷତି ନେଇ କୌଣସି ସୂଚନା ଜାରି କରାଯାଇ ନାହିଁ । କିନ୍ତୁ ସୁନାମି ସମ୍ପର୍କରେ ଏକ ସତର୍କ ସୂଚନା ଜାରି କରାଯାଇଛି। ପେରୁ ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପେରୁରେ 7.2 ମ୍ୟାଗ୍ନିଚ୍ୟୁଡର ଭୟଙ୍କର କମ୍ପନ ଅନୁଭୂତ ହୋଇଛି ।












Click it and Unblock the Notifications