ନ୍ୟୁଜିଲାଣ୍ତରେ ୭.୨ ତୀବ୍ରତାର ବଡ଼ ଭୂକମ୍ପ ଝଟକା
Earthquake: ଆଜି ସକାଳେ ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ନ୍ୟୁଜିଲ୍ୟାଣ୍ତ । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜିର ସୂଚନା ଅନୁସାରେ, ସକାଳ ୬ଟା ୧୧ ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୨ ରେ ମାପ କରାଯାଇଛି ।

ନ୍ୟୁଜିଲାଣ୍ତର କେର୍ମାଡେକରେ ଭୂମିକମ୍ପର କେନ୍ଦ୍ରସ୍ଥଳ ବୋଲି NCS ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଭୂକମ୍ପ ଯୋଗୁଁ କୌଣସି ଜୀବନ ବା ସମ୍ପତ୍ତି ନଷ୍ଟ ହୋଇଥିବା ନିଶ୍ଚିତ କରାଯାଇ ନାହିଁ । ଗତ କିଛି ଦିନ ହେବ ବିଶ୍ୱର ବିଭିନ୍ନ ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଥିଲା ।
ସୂଚନା ଅନୁସାରେ, ଭୂକମ୍ପ ନ୍ୟୁଜିଲାଣ୍ତର ଉତ୍ତର ଦ୍ୱୀପଠାରୁ ୯୦୦ କିଲୋମିଟର ଉତ୍ତର-ପୂର୍ବ କେମିଡୀକ୍ ଦ୍ୱିପର ୧୦କି.ମି ଗଭୀରତାରେ କେନ୍ଦ୍ରୀଭୂତ ହୋଇଛି । ଏହା ପର୍ବ ମାସରେ ନ୍ୟୁଜିଲାଣ୍ତରେ ଭୂକମ୍ପ ଅନୁଭୂତ ହୋଇଥିଲା । ଗତକାଲି ସଂଧ୍ୟାରେ ମଧ୍ୟ ଏଠାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୩.୬ ରେକର୍ଡ କରାଯାଇଥିଲା ।












Click it and Unblock the Notifications