ଜାପାନାରେ ଶକ୍ତିଶାଳୀ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୬.୧
ଜାପାନର ହୋକ୍କାଇଡୋ ଦ୍ୱୀପର ପୂର୍ବ ଉପକୂଳରେ ଶନିବାର ସନ୍ଧ୍ୟାରେ ୬.୧ ମାଗ୍ନିଟ୍ୟୁଡ୍ ର ଏକ ଭୂକମ୍ପ ଆଘାତ ହୋଇଛି। ଜାପାନ ଆବହାୱା ବିଜ୍ଞାନ ସଂସ୍ଥା ଅନୁସାରେ, ଏହି ଭୂକମ୍ପ ସ୍ଥାନୀୟ ସମୟ ସନ୍ଧ୍ୟା ୫ଟା ୩୭ମିନିଟ ସମୟରେ ସମୁଦ୍ର ତଳେ ପ୍ରାୟ ୨୦ କିଲୋମିଟର ଗଭୀରତାରେ ଘଟିଛି। ଭୂକମ୍ପର କେନ୍ଦ୍ରସ୍ଥଳ କୁଶିରୋଠାରୁ ୮୩ କିଲୋମିଟର ଦୂରରେ ଥିଲା। ଜାପାନ ଆବହାୱା ବିଜ୍ଞାନ ସଂସ୍ଥା କହିଛି ଯେ ଏହି ଭୂକମ୍ପ ହେତୁ ସୁନାମିର କୌଣସି ଆଶଙ୍କା ନାହିଁ। ତେବେ, ସମୁଦ୍ର ଜଳସ୍ତରରେ କିଛି ପରିବର୍ତ୍ତନ ହୋଇପାରେ ବୋଲି ସ୍ଥାନୀୟ ଲୋକଙ୍କୁ ସତର୍କ କରାଯାଇଛି।

ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ଏହି ଭୂକମ୍ପ ହେତୁ କୌଣସି ଜନଜୀବନ ହାନି ତଥା କ୍ଷୟକ୍ଷତିର ଖବର ମିଳିନାହିଁ। ଜରୁରୀ ସେବା ବିଭାଗ ପରିସ୍ଥିତି ଉପରେ ନଜର ରଖିଛି ଏବଂ ବାସିନ୍ଦାଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।












Click it and Unblock the Notifications