ୟୁନସ ସରକାରଙ୍କ ବଡ଼ ନିଷ୍ପତ୍ତି, ୬ ପ୍ରମୁଖ କ୍ଷେତ୍ରରେ ସୁଧାର ଲାଗି କଲେ ୬ଆୟୋଗ ଗଠନ
ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ କ୍ଷମତାକୁ ଆସିବା ଦିନଠାରୁ ବାଂଲାଦେଶରେ ଭାରତ ବିରୋଧୀ କାର୍ଯ୍ୟକଳାପ ତୀବ୍ର ହୋଇଛି। ବୁଧବାର ପୁଣି ଥରେ ୟୁନୁସ କହିଛନ୍ତି ଯେ ବାଂଲାଦେଶ ଏହାର ପଡୋଶୀ ଦେଶ ଭାରତ ଏବଂ ଅନ୍ୟାନ୍ୟ ଦେଶ ସହିତ ଭଲ ସମ୍ପର୍କ ଚାହୁଁଛି, କିନ୍ତୁ ଏହି ସମ୍ପର୍କଗୁଡିକ ନ୍ୟାୟ ଏବଂ ସମାନତା ଆଧାରରେ ହେବା ଉଚିତ୍। ଆଉ ଅନ୍ୟପଟେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ସମ୍ବିଧାନ ସମେତ ୬ଟି ପ୍ରମୁଖ କ୍ଷେତ୍ରରେ ସୁଧାର ଲାଗି ୬ଟି ଆୟୋଗ ଗଠନ କରିବା ନିମନ୍ତେ ଘୋଷଣା କରିଛନ୍ତି ।
ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ ପରାମର୍ଶଦାତା ପ୍ରଫେସର ମହମ୍ମଦ ୟୁନୁସ ଗତ ସଂଧ୍ୟାରେ ରାଷ୍ଟ୍ରକୁ ସମ୍ବୋଧିତ କରି କହିଛନ୍ତି ସମ୍ବିଧାନ, ନିର୍ବାଚନ ପ୍ରଣାଳୀ, ନ୍ୟାୟପାଳିକା, ପୋଲିସ, ଭ୍ରଷ୍ଟାଚାର ବିରୋଧୀ ଏବଂ ଲୋକ ପ୍ରଶାସନ କ୍ଷେତ୍ରରେ ସୁଧାର ଆଣିବା ନିମନ୍ତେ ୬ଟି ଆୟୋଗ ଗଠନ କରାଯାଇଛି । ୟୁନୁସ କହିଛନ୍ତି ଏହି ୬ଟି ଆୟୋଗର ମୁଖ୍ୟ ଭାବେ ୬ଜଣ ପ୍ରସିଦ୍ଧ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯାଇଛି । ଆୟୋଗ ଗୁଡ଼ିକର ଅନ୍ୟ ସଦସ୍ୟମାନଙ୍କୁ ଆଲୋଚନା ପରେ ନିଯୁକ୍ତି ଦିଆଯିବ ।

ସେ କହିଛନ୍ତି ଆୟୋଗ ଗୁଡ଼ିକ ଅକ୍ଟୋବର ପ୍ରଥମରୁ କାର୍ଯ୍ୟ ଆରମ୍ଭ କରିବେ ଏବଂ ତିନିମାସ ମଧ୍ୟରେ ରିପୋର୍ଟ ପ୍ରଦାନ କରିବେ । ସେ କହିଛନ୍ତି ଆୟୋଗଗୁଡ଼ିକ ଦ୍ୱାରା ପ୍ରସ୍ତୁତ ରିପୋର୍ଟ ଉପରେ ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ସହ ବିଚାର ବିମର୍ଷ ପରେ ପଦକ୍ଷେପ ଗ୍ରହଣ କରାଯିବ ।












Click it and Unblock the Notifications