୬.୮ ତୀବ୍ରତା ଥରି ଉଠିଲା କ୍ୟୁବା; ସତର୍କ ରହିବାକୁ ଜାରି ହେଲା ପରାମର୍ଶ
ପୂର୍ବ କ୍ୟୁବାରେ ଭୂକମ୍ପ ଝଟକା। ରବିବାର ବିଳମ୍ବିତ ରାତିରେ ଏହି ଭୂକମ୍ପ ହୋଇଥିଲା । ଏହାର ତୀବ୍ରତା ୬.୮ ଥିଲା । ଏହି ଭୂକମ୍ପର କମ୍ପନ ଏତେ ଶକ୍ତିଶାଳୀ ଥିଲା ଯେ ସାଣ୍ଟିଆଗୋ ଡି କ୍ୟୁବା ଏହାର ଆଖପାଖ ଗ୍ରାମାଞ୍ଚଳର କୋଠା ଗୁଡ଼ିକ ଥରିବାକୁ ଲାଗିଥିଲା। ଏହି ଘଟଣାରେ କ୍ୟୁବାର ରାଷ୍ଟ୍ରପତି ମିଗୁଏଲ ଡିଆଜ-କାନେଲ ଟ୍ୱିଟରରେ କହିଛନ୍ତି ଯେ ଭୂକମ୍ପ ଯୋଗୁଁ ଏହି ଭୂସ୍ଖଳନ ଘଟିଛି। ଘର ଓ ବିଦ୍ୟୁତ ତାର କ୍ଷତିଗ୍ରସ୍ତ ହୋଇଛି।

ସାଣ୍ଟିଆଗୋର ବାସିନ୍ଦା କହିଛନ୍ତି ଯେ ଭୂକମ୍ପ ଯୋଗୁଁ ଏହି ଅଞ୍ଚଳର ଅନେକ ଘର ଏବଂ କୋଠାଘରେ ବ୍ୟାପକ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି। କାରଣ ଏଠାରେ ଉପସ୍ଥିତ ଥିବା ସମସ୍ତ ସ୍ଥାନ ପୁରୁଣା। ଏହି ଘଟଣା ସହ ଜଡିତ ଅନେକ ଫଟୋ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଅନେକ ଘରର ଛାତ ଏବଂ ଝରକା ଭାଙ୍ଗିଯାଇଛି।
କ୍ୟୁବା ଅଧିକାରୀମାନେ ଚେତାବନୀ ଦେଇଛନ୍ତି
USGS ସୂଚନା ଦେଇଛି ଯେ ଭୂକମ୍ପର ତୀବ୍ରତା ୬.୮ ଥିଲା। ଯାହାର କେନ୍ଦ୍ର ଭୂମି ଭିତରେ ୧୪ କିଲୋମିଟର ଥିଲା। ଆମେରିକୀୟ ଏଜେନ୍ସି ଅନୁଯାୟୀ, କ୍ୟୁବାରେ ହୋଇଥିବା ଭୂକମ୍ପ ପୂର୍ବରୁ ନିକଟ ଅଞ୍ଚଳରେ ୫.୯ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଅନୁଭୂତ ହୋଇଥିଲା। କ୍ୟୁବା ଅଧିକାରୀ କହିଛନ୍ତି ଯେ ସ୍ଥାନୀୟ ଲୋକଙ୍କୁ ସତର୍କ ରହିବାକୁ ଚେତାବନୀ ଦେଇଛନ୍ତି।












Click it and Unblock the Notifications