Get Updates
Get notified of breaking news, exclusive insights, and must-see stories!

ଜାପାନରେ ୬.୭ ତୀବ୍ରତାର ଭୂକମ୍ପ,ସୁନାମି ପାଇଁ ସତର୍କ ସୂଚନା ଜାରି କଲେ ସରକାର

ଆଜି ସକାଳେ ଜାପାନର ଉତ୍ତର ପୂର୍ବ ଉପକୂଳରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହା ତୀବ୍ରତା ରିକ୍ଟର ସ୍କେଲରେ ୬.୭ ରେକର୍ଡ କରାଯାଇଛି। ଏହା ପରେ ପାଣିପାଗ ବିଭାଗ ସୁନାମି ଆସିବାର ଆଶଙ୍କା କରି ସତର୍କ ସୂଚନା ଜାରି କରିଛି । ଭୂକମ୍ପର କେନ୍ଦ୍ର ସ୍ଥଳ ୟାମାଡା ଅଞ୍ଚଳରୁ ପ୍ରାୟ ୭୮ ମାଇଲ ପୂର୍ବ ଦିଗରେ ସମୁଦ୍ର ଭିତରେ ଥିଲା । ଏହାର ପ୍ରଭାବରେ ଇୱାଟେ ଅଞ୍ଚଳରେ ପ୍ରାୟ ୧ ମିଟର (୩.୩ ଫୁଟ) ଉଚ୍ଚର ସମୁଦ୍ର ଢେଉ ଆସିବାର ସମ୍ଭାବନା ଅଛି । ତେଣୁ ଲୋକମାନଙ୍କୁ ସମୁଦ୍ର କୂଳରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି ।

japan

ଭାରତୀୟ ସମୟ ସକାଳ ୮ଟା ୧୪ରେ ଏହି ଭୂମିକମ୍ପ ହୋଇଥିଲା। ଏହାର ଗଭୀରତା ୧୦.୭ କିଲୋମିଟର ଥିଲା। ଯାହା ଏହାକୁ ବିପଦପୂର୍ଣ୍ଣ କରିଦେଇଥିଲା। ଭୂମିକମ୍ପ ଉପକୂଳ ନିକଟରେ ହୋଇଥିଲା । ବର୍ତ୍ତମାନ୍ ପର୍ଯ୍ୟନ୍ତ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ। କିନ୍ତୁ ଭୂମିକମ୍ପ ହେବା ମାତ୍ରେ ସ୍ଥାନୀୟ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ଦୌଡ଼ି ପଳାଇ ଆସିଥିଲେ।

ଏହି ସପ୍ତାହରେ ଜାପାନରେ ଏକାଧିକଥର ଭୂକମ୍ପ ଅନୁଭୂତ ହୋଇଛି। ସୋମବାର ଦିନ ୭.୬ ତୀବ୍ରତାର ଭୂକମ୍ପ ହୋଇଥିଲା। ଯେଉଁଥିରେ ୫୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଏଥିରେ ଅନେକ ରାସ୍ତାଘାଟରେ ଫାଟ ଆସିବା ସହ କୋଠାଘର ଗୁଡିକ ଥରି ଉଠିଥିଲା। ସେହିପରି ମଙ୍ଗଳବାର ଦିନ ହୋଞ୍ଚୋ ସହରରେ ୬.୭ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ବୁଧବାର ଦିନ, ଆଓମୋରି ଏବଂ ହୋକାଇଡୋରେ ୬.୫ ତୀବ୍ରତାର ଏକ ଭୂମିକମ୍ପ ହୋଇଥିବାବେଳେ ଶୁକ୍ରବାର ୬.୭ ତୀବ୍ରତାର ଭୂମିକମ୍ପ ହୋଇଛି। ଅର୍ଥାତ୍ ଏହି ସପ୍ତାହରେ ଚତୁର୍ଥ ଥର ପାଇଁ ଜାପାନ ଥରି ଉଠିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+