Get Updates
Get notified of breaking news, exclusive insights, and must-see stories!

ଇଣ୍ଡୋନେସିଆର ସୁମାତ୍ରା ଦ୍ବୀପରେ ୬.୪ ତୀବ୍ରତାର ଭୂକମ୍ପ

ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂକମ୍ପ । ୬.୧ ତୀବ୍ରତାରେ ଥରିଲା ସୁମାତ୍ରା ଦ୍ୱୀପ । ମଙ୍ଗଳବାର ସକାଳେ ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପ ନିକଟରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ଏହାର ତୀବ୍ରତା ରିକ୍ଟର ସ୍କେଲ୍ ରେ ୬.୧ ରହିଥିଲା । ସୁମାତ୍ରା ଦ୍ୱୀପର ସିନାବାଙ୍ଗଠାରୁ ପ୍ରାୟ ୬୫ କିଲୋମିଟର ଦୂର ସମୁଦ୍ର ମଧ୍ୟରେ ଥିଲାଭୂକମ୍ପର କେନ୍ଦ୍ରସ୍ଥଳ । ଭୂକମ୍ପ ପରେ ସୁନାମି ଆସିବାର କୌଣସି ଆଶଙ୍କା ନାହିଁ ବୋଲି ସ୍ଥାନୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିଛି ।

earthquake

ଭୂକମ୍ପ ଯୋଗୁଁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଭୟରେ ଅନେକ ଲୋକ ଘରୁ ବାହାରକୁ ପଳାଇ ଆସିଥିଲେ । ତେବେ ବର୍ତ୍ତମାନ ସୁଦ୍ଧା କୌଣସି ଧନଜୀବନ ହାନିର ଖବର ମିଳିନାହିଁ । ଇଣ୍ଡୋନେସିଆ "ରିଙ୍ଗ୍ ଅଫ୍ ଫାୟାର୍" ଅଞ୍ଚଳରେ ଥିବାରୁ ଏଠାରେ ବାରମ୍ବାର ଭୂକମ୍ପ ଅନୁଭୂତ ହୋଇଥାଏ । ତେଣୁ ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+