ଭୂମିକମ୍ପର ପ୍ରବଳ ଝଟକାରେ ଥରି ଉଠିଲା ପୃଥିବୀ, ପେରୁରେ ଜଣେ ମୃତ
ଦକ୍ଷିଣ ଆମେରିକା ଦେଶ ପେରୁରେ ପ୍ରଶାନ୍ତ ମହାସାଗରର ମଧ୍ୟ ତଟରେ ଜୋର୍ରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଭୂକମ୍ପ ଅନୁଭବ ହେବା ମାତ୍ରେ ଲୋକେ ନିଜ ନିଜ ଘରୁ ବାହାରକୁ ପଳାଇ ଆସିଥିଲେ । ଭୂକମ୍ପର ତୀବ୍ରତା ରେକ୍ଟର ସ୍କେଲରେ ୬.୧ ରେକର୍ଡ କରାଯାଇଛି । ଭୂକମ୍ପର ଅଧିକ ପ୍ରଭାବ ଲୀମା ସହରରେ ଦେଖାଯାଇଛି ।
ଭୂମିକମ୍ପର ପ୍ରଭାବ ଲିମା ସହରରେ ସର୍ବାଧିକ ଅନୁଭୂତ ହୋଇଥିଲା । ଭୂମିକମ୍ପର କେନ୍ଦ୍ରସ୍ଥଳ ମଧ୍ୟ ରାଜଧାନୀ ଲିମାରୁ ପଶ୍ଚିମରେ କାଲାଓର ଦକ୍ଷିଣ-ପଶ୍ଚିମରେ ୨୩ କିଲୋମିଟର (୧୪ ମାଇଲ) ଦୂରରେ ଅବସ୍ଥିତ ଥିଲା। ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓସାଇନ୍ସ ଭୂମିକମ୍ପର ସ୍ପଷ୍ଟତା କରିଛି ।

ଭୂମିକମ୍ପ ଯୋଗୁଁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ଏବଂ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ରାସ୍ତା ଏବଂ ଅନେକ କୋଠା କ୍ଷତିଗ୍ରସ୍ତ ହୋଇଛି। ସରକାର ସତର୍କ ସୂଚନା ଜାରି କରିଛନ୍ତି ଏବଂ ଉଦ୍ଧାର ଦଳକୁ କ୍ଷେତ୍ରକୁ ପଠାଇଛନ୍ତି।












Click it and Unblock the Notifications