ଭୟଙ୍କର ଭୂମିକମ୍ପରେ ଥରିଲା ତୁର୍କୀ
ତୁର୍କୀ : ପୁଣି ଥରେ ଭୂ କମ୍ପରେ ଥରି ଉଠିଲା ତୁର୍କୀ । ଆଜି ଅର୍ଥାତ୍ (ବୁଧବାର) ପୂର୍ବ ତୁର୍କୀରେ ଅନୁଭୂତ ହୋଇଛି ବଡ଼ ଧରଣର ଭୂମିକମ୍ପ । ଯାହାର ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୬.୧ । ୟୁରୋପୀୟ ଭୂମଧ୍ୟସାଗରୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର (ଇଏମ୍ଏସ୍ସି)ର ସୂଚନା ଅନୁସାରେ, ଭୂପୃଷ୍ଠଠାରୁ ୯ କିଲୋମିଟର ଗଭୀରରେ ଭୂମିକମ୍ପ ଆସିଥିଲା ।
ତେବେ ଭୂମିକମ୍ପରେ କୌଣସି କ୍ଷୟକ୍ଷତିର ତତ୍କାଳ ରିପୋର୍ଟ ମିଳି ପାରିନାହିଁ । ସୁଚନା ଯୋଗ୍ୟ ଯେ, ଗତ ବର୍ଷ ଫେବୃୟାରୀରେ ତୁର୍କୀ-ସିରିଆ ଭୂମିକମ୍ପ ବେଳେ ତୁର୍କୀରେ ଶେଷ ଥର ପାଇଁ ବଡ଼ ଭୂମିକମ୍ପ ଆସିଥିଲା । ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ଯେ ୭.୮ ତୀବ୍ରତାର ଭୂମିକମ୍ପରେ ରେତୁର୍କୀରେ ୯,୦୫୭ ଜଣ ଏବଂ ସିରିଆରେ ୨,୯୯୨ ଜଣଙ୍କ ମୃତ୍ୟୁ ଘଟିଥିଲା।

ଏଥିରେ ମୋଟ ମୃତ୍ୟୁ ସଂଖ୍ୟା ଥିଲା ୧୨,୦୪୯ । ଆଉ ଏହି ରେସ୍କ୍ୟୁରେ ଏନ୍ଡିଆରଏଫ୍ ଏବଂ ଭାରତୀୟ ସେନାର ୨୫୦ରୁ ଅଧିକ ଯବାନ ତୁର୍କୀ ଓ ସିରିଆରେ 'ଅପରେସନ ଦୋସ୍ତ' ଅଧୀନରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ ।












Click it and Unblock the Notifications