ଯୁଦ୍ଧ ମଧ୍ୟରେ ୬ହଜାର ଭାରତୀୟ ଶ୍ରମିକ ଯିବେ ଇସ୍ରାଏଲ
ନୂଆଦିଲ୍ଲୀ: ଇସ୍ରାଏଲ ଓ ପାଲେଷ୍ଟାଇନ ସଙ୍ଗଠନ ହାମାସ୍ ମଧ୍ୟରେ ଚାଲିଥିବା ବିନାଶକାରୀ ଯୁଦ୍ଧ ଏବେ ସପ୍ତମ ମାସରେ ପହଞ୍ଚିଛି । ଗତ ୬ ମାସ ମଧ୍ୟରେ ଏହି ଯୁଦ୍ଧଜନିତ ଧ୍ୱଂସଲୀଳା ଓ ମୃତ୍ୟୁର ତାଣ୍ଡବ ସମଗ୍ର ବିଶ୍ୱକୁ ଆନ୍ଦୋଳିତ କରିଛି । ଇସ୍ରାଏଲ ଏହି ଯୁଦ୍ଧ ବନ୍ଦ କରିବା ପାଇଁ ଏବେ ଏହାର ମିତ୍ର ରାଷ୍ଟ୍ର ଆମେରିକା ସମେତ ଅନ୍ୟ ସହଯୋଗୀ ରାଷ୍ଟ୍ରମାନେ ଚାପ ସୃଷ୍ଟି କରୁଛନ୍ତି । କିନ୍ତୁ ହମାସ୍କୁ ମୂଳପୋଛ କରିବା ପାଇଁ ସଂକଳ୍ପ ନେଇ ଇସ୍ରାଏଲ ଗାଜାକୁ ଧ୍ୱଂସ କରିଚାଲିଛି ।
ଯୁଦ୍ଧ ନିୟନ୍ତ୍ରଣ କରିବାରେ ଜାତିସଂଘ ବିଫଳ ହୋଇଥିବା ବେଳେ ହମାସ୍ ସଂଗଠନ ପ୍ରତି ଦରଦ ଦେଖାଇ ଜାତିସଂଘର ଅନେକ ଅଧିକାରୀ ସମାଲୋଚିତ ହୋଛଛନ୍ତି । ଆଉ ଏହିସବୁ ଭିତରେ ଏକ ବଡ଼ ଖବର ସାମ୍ନାକୁ ଅସିଛି । ଆଉ ତାହା ହେଉଛି ଇସ୍ରାଏଲ ତାହାର ବିଭିନ୍ନ ନିର୍ମାଣ କାର୍ଯ୍ୟ ନିମନ୍ତେ ଭାରତରୁ ୬ହଜାର ଶ୍ରମିକଙ୍କୁ ନେବ । ଭାରତରୁ ଶ୍ରମିକ ନେବା ନିମନ୍ତେ ଇସ୍ରାଏଲକୁ ଭାରତ ସରକାର ଆବଶ୍ୟକ ଅନୁମତି ପ୍ରଦାନ କରିଛନ୍ତି ।

ଇସ୍ରାଏଲ-ହମାସ ଯୁଦ୍ଧକୁ ନେଇ ଇସ୍ରାଏଲରେ ଏବେ ଶ୍ରମିକଙ୍କ ଅଭାବ ଦେଖାଯାଇଛି । ଯୁଦ୍ଧ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ବିଭିନ୍ନ ପ୍ରତିଷ୍ଠାନର ପୁନଃନିର୍ମାଣ କାର୍ଯ୍ୟରେ ଏହି ଶ୍ରମିକମାନେ ନିୟୋଜିତ ହେବେ । ଏପ୍ରିଲ ଓ ମେ ମାସରେ ଭାରତୀୟ ଶ୍ରମିକମାନେ ଇସ୍ରାଏଲ୍ ଯିବେ । ଇସ୍ରାଏଲର ନିର୍ମାଣ ଶିଳ୍ପ ପାଲେଷ୍ଟାଇନର ଶ୍ରମିକଙ୍କ ଉପରେ ନିର୍ଭରଶୀଳ । ପାଲେଷ୍ଟାଇନର ପ୍ରାୟ ୮୦ହଜାର ଶ୍ରମିକ ଇସ୍ରାଏଲରେ କାର୍ଯ୍ୟ କରୁଛନ୍ତି । ଏବେ ଯୁଦ୍ଧ ଯୋଗୁଁ ଅନେକ ଶ୍ରମିକ ସ୍ୱଦେଶ ଫେରିଯାଇଛନ୍ତି ।












Click it and Unblock the Notifications