ଭେନେଜୁଏଲାରେ ଆମେରିକା ଆକ୍ରମଣରେ ୫୬ ଜଣଙ୍କ ମୃତ୍ୟୁ
ଭେନେଜୁଏଲା ସାମରିକ ବାହିନୀ ପକ୍ଷରୁ କୁହାଯାଇଛି, ଗତ ଶନିବାର ଆମେରିକା ସେନା ପକ୍ଷରୁ କରାଯାଇଥିବା ଆକ୍ରମଣରେ ଭେନେଜୁଏଲାର ୨୪ ଜଣ ସୁରକ୍ଷା ଅଧିକାରୀ ପ୍ରାଣ ହରାଇଛନ୍ତି । ତେବେ ଏହି ଆକ୍ରମଣରେ ସମୁଦାୟ ୫୬ ଜଣଙ୍କ ମୃତ୍ୟୁ ଘଟିଥିବା ସରକାରୀ ଭାବେ କୁହାଯାଇଛି ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ଆକ୍ରମଣରେ ଅଧିକ ନାଗରିକଙ୍କ ମୃତ୍ୟୁ ଘଟିଥିଲେ ମଧ୍ୟ ସେମାନଙ୍କ ସଂଖ୍ୟା କେତେ ତାହା ସ୍ପଷ୍ଟ ହୋଇପାରି ନାହିଁ । ଭେନେଜୁଏଲା ଆଟର୍ଣ୍ଣି ଜେନେରାଲ୍ ତାରେକ୍ ୱିଲିୟମ୍ ସାବ୍ ଗତକାଲି କହିଥିଲେ ଯେ ଆମେରିକା ଆକ୍ରମଣରେ କେତେକ ସାମରିକ ଅଧିକାରୀ ଓ ନାଗରିକଙ୍କର ମୃତ୍ୟୁ ଘଟିଛି । ଏହି କାର୍ଯ୍ୟାନୁଷ୍ଠାନକୁ ସେ ଯୁଦ୍ଧ ଅପରାଧ ଭାବେ ବର୍ଣ୍ଣନା କରିବା ସହ ଏ ନେଇ ତଦନ୍ତ କରାଯିବ ବୋଲି କହିଥିଲେ ।













Click it and Unblock the Notifications