ଋଷରୁ ତେଲ କିଣିଲେ ଲାଗିବ ୫୦୦% ଟାରିଫ୍, ଭାରତ ଓ ଚୀନକୁ ସିଧାସଳଖ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି ଆମେରିକା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିଲ୍ ମଞ୍ଜୁର କରିଛନ୍ତି, ଯାହା ରୁଷରୁ ତେଲ କିଣୁଥିବା ଦେଶମାନଙ୍କ ଉପରେ କଠୋର କଟକଣା ଲଗାଇବ। ଏହା ପରେ ଭାରତ ଏବଂ ଚୀନ୍ ଉପରେ ଆମେରିକା ଶୁଳ୍କ ଉଲ୍ଲେଖନୀୟ ଭାବରେ ବୃଦ୍ଧି ପାଇପାରେ, କିଛି କ୍ଷେତ୍ରରେ ୫୦୦% ପର୍ଯ୍ୟନ୍ତ ପହଞ୍ଚିପାରେ। ୟୁକ୍ରେନ ଯୁଦ୍ଧ ମଧ୍ୟରେ ରୁଷ ଉପରେ ଚାପ ପକାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି।

tramp

ରିପବ୍ଲିକାନ୍ ସିନେଟର ଲିଣ୍ଡସେ ଗ୍ରାହାମ୍ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି ଯେ, ରାଷ୍ଟ୍ରପତି ଟ୍ରମ୍ପ ବିଲ୍ ର ଅଗ୍ରଗତିକୁ ଅନୁମୋଦନ କରିଛନ୍ତି। ସେ କହିଛନ୍ତି ଯେ, ଟ୍ରମ୍ପଙ୍କ ସହ ବୈଠକ ଭଲ ଥିଲା ଏବଂ ବିଲ୍ ଉପରେ ଆସନ୍ତା ସପ୍ତାହରେ କଂଗ୍ରେସରେ ଭୋଟ୍ ହୋଇପାରେ।

ଲିଣ୍ଡସେ ଗ୍ରାହାମ୍ ଏବଂ ଡେମୋକ୍ରାଟିକ୍ ସେନେଟର ରିଚାର୍ଡ ବ୍ଲୁମେନ୍ଥଲ୍ ଦ୍ୱାରା ମିଳିତ ଭାବରେ ଆଗତ ଏହି ବିଲ୍, ରୁଷରୁ ଜାଣିଶୁଣି ତେଲ ଏବଂ ୟୁରାନିୟମ୍ କିଣୁଥିବା ଦେଶମାନଙ୍କ ଉପରେ କଠୋର କଟକଣା ଲାଗୁ କରିବ। ଆମେରିକା ଦାବି କରୁଛି ଯେ, ଏହା ରୁଷକୁ ତା'ର ଯୁଦ୍ଧ ଜାରି ରଖିବା ପାଇଁ ପାଣ୍ଠି ଯୋଗାଇଥାଏ।

ଭାରତ, ଚୀନ୍ ଏବଂ ବ୍ରାଜିଲ୍ ଉପରେ ଚାପ

ସେନେଟର ଗ୍ରାହାମଙ୍କ ଅନୁସାରେ, ଏହି ବିଲ୍ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଭାରତ, ଚୀନ୍ ଏବଂ ବ୍ରାଜିଲ୍ ଭଳି ଦେଶମାନଙ୍କୁ ଶସ୍ତା ରୁଷୀୟ ତେଲ କିଣିବା ବନ୍ଦ କରିବାକୁ ଚାପ ପକାଇବାକୁ କ୍ଷମତା ଦେବ। ଗତ ବର୍ଷ ଟ୍ରମ୍ପ ଭାରତରୁ ଆମଦାନି ହେଉଥିବା ସାମଗ୍ରୀ ଉପରେ ୨୫ ପ୍ରତିଶତ ଟିକସ ଲାଗୁ କରିଥିଲେ। ସେ ରୁଷରୁ କିଣାଯାଇଥିବା ତେଲ ଉପରେ ଅତିରିକ୍ତ ୨୫ ପ୍ରତିଶତ ଟିକସ ମଧ୍ୟ ଲଗାଇଥିଲେ। ଏହା କିଛି ଭାରତୀୟ ସାମଗ୍ରୀ ଉପରେ ମୋଟ ଟିକସ ୫୦ ପ୍ରତିଶତକୁ ନେଇଥିଲା ଏବଂ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବିଗିଡ଼ିଥିଲା।

୨୦୨୫ ର ଋଷିଆ ପ୍ରତିବନ୍ଧକ ଆଇନ' କ'ଣ?
ଆମେରିକା କଂଗ୍ରେସର ସରକାରୀ ୱେବସାଇଟ୍ ଅନୁଯାୟୀ, ଏହି ବିଲ୍‌ର ଶୀର୍ଷକ "୨୦୨୫ର ରୁଷିଆ ପ୍ରତିବନ୍ଧକ ଆଇନ"। ଏଥିରେ ରୁଷ ସହିତ ଜଡିତ ବ୍ୟକ୍ତି ଏବଂ ସଂସ୍ଥା ବିରୁଦ୍ଧରେ ଜୋରିମାନା ସମେତ ବ୍ୟାପକ ଦଣ୍ଡମୂଳକ ପଦକ୍ଷେପ ପ୍ରସ୍ତାବ ଦିଆଯାଇଛି। ପ୍ରମୁଖ ବ୍ୟବସ୍ଥା ମଧ୍ୟରୁ ଗୋଟିଏ ହେଉଛି ରୁଷରୁ ଆମେରିକାକୁ ଆମଦାନି ହେଉଥିବା ସମସ୍ତ ସାମଗ୍ରୀ ଏବଂ ସେବା ଉପରେ ଶୁଳ୍କକୁ ସେମାନଙ୍କ ମୂଲ୍ୟର ଅତି କମରେ ୫୦୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+