ଭାରତ ଉପରେ ଲାଗିବନି ୫୦୦ ପ୍ରତିଶତ ଟାରିଫ୍ ! ଆମେରିକାର ଅର୍ଥ ସଚିବ

ଭାରତ ଉପରେ ଲାଗିବ ୫୦୦ ପ୍ରତିଶତ ଟାରିଫ୍... ଏହାକୁ ନେଇ ଯେଉଁ ଚର୍ଚ୍ଚା ଆଲୋଚନା ଜାରି ରହିଥିଲା ବୋଧହୁଏ ତା ଉପରେ ବିରାମ ଲାଗିବାକୁ ଯାଉଛି । ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଭାରତ ଉପରେ ୫୦୦ ପ୍ରତିଶତ ଟାରିଫ୍ ନଲଗାଇପାରେ ଆମେରିକା । ଏକଥା ଆମେ କହୁନୁ ଏକଥା କହିଛନ୍ତି ଆମେରିକାର ଅର୍ଥ ସଚିବ ସ୍କଟ୍ ବେସେଣ୍ଟ । ସେ କହିଛନ୍ତି, ଋଷୀୟ ତୈଳ କିଣୁଥିବା ଦେଶଗୁଡ଼ିକ ଉପରେ ୫୦୦ ପ୍ରତିଶତ ଶୁଳ୍କ ଲଗାଇବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସିନେଟର ଅନୁମୋଦନର ଆବଶ୍ୟକତା ନାହିଁ । ତଥାପି, ସେ ସ୍ପଷ୍ଟ କରିଛନ୍ତି ଯେ ଏଥର ଶୁଳ୍କ ଧମକର ପ୍ରାଥମିକ ଲକ୍ଷ୍ୟ ଭାରତ ନୁହେଁ, ବରଂ ଚୀନ ।

ସ୍କଟ୍ ବେସାଣ୍ଟ ଦାବି କରିଛନ୍ତି ଯେ ଟ୍ରମ୍ପ ପ୍ରଶାସନ ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବା ପରେ ଭାରତ ଋଷୀୟ ତେଲ କିଣିବା ବନ୍ଦ କରିଦେଇଛି । ଆମେରିକାର କଠୋର ବାଣିଜ୍ୟ ନୀତି ଯୋଗୁଁ ଭାରତ ଏହାର ଆମଦାନୀ ପରିବର୍ତ୍ତନ କରିଛି । ତେଣୁ ୫୦୦ ପ୍ରତିଶତ ଶୁଳ୍କ ଲାଗୁ ତାଲିକାରେ ଭାରତ ପ୍ରାଥମିକତା ନୁହେଁ ।

tariff

୫୦୦% ଟାରିଫ୍ ବିଲ୍ କଣ?

ବେସାଣ୍ଟ ଯେଉଁ ବିଲ୍ ବିଷୟରେ କହୁଥିଲେ ତାହା ହେଉଛି ଋଷିଆ ପ୍ରତିବନ୍ଧକ ବିଲ୍, ଯାହା ଆମେରିକାକୁ ଋଷିଆରୁ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ ଅତି କମରେ ୫୦୦% ଶୁଳ୍କ ଲଗାଇବାକୁ ଅନୁମତି ଦେବ । ଏହି ବିଲ୍ ଚଳିତ ମାସ ଆରମ୍ଭରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଅନୁମୋଦନ ପାଇଛି ।

ଏକ ସାକ୍ଷାତକାରରେ ବେସାଣ୍ଟ କହିଛନ୍ତି, "ସେନେଟର ଲିଣ୍ଡସେ ଗ୍ରାହାମ ସିନେଟ ସମ୍ମୁଖରେ ଋଷୀୟ ତୈଳ କ୍ରେତାଙ୍କ ଉପରେ ୫୦୦% ଶୁଳ୍କ ଲାଗୁ କରିବାର ପ୍ରସ୍ତାବ ଦେଇଛନ୍ତି । ଆମେ ଦେଖିବୁ ଯେ ଏହା ପାସ୍ ହେଉଛି କି ନାହିଁ । ଆମେ ବିଶ୍ୱାସ କରୁଛୁ, ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଏହା କରିବାକୁ ପଡ଼ିବ ନାହିଁ, ସେ ଏହାକୁ IEPA (ଆନ୍ତର୍ଜାତୀୟ ଜରୁରୀକାଳୀନ କ୍ଷମତା ଆଇନ) ଅନୁଯାୟୀ କାର୍ଯ୍ୟକାରୀ କରିପାରିବେ, କିନ୍ତୁ ସେନେଟ ତାଙ୍କୁ ଆନୁଷ୍ଠାନିକ ଭାବରେ ଏହି ଅଧିକାର ପ୍ରଦାନ କରିବାକୁ ଚାହୁଁଛି ।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+