ଶପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ : ୫୦ ଜୀବନ୍ତ ଦଗ୍ଧ
ଇରାକର ଏକ ଶପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡରେ ଅତି କମରେ ୫୦ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ରିପୋର୍ଟ ମିଳିଛି। ସମ୍ବାଦ ସରବରାହ ସଂସ୍ଥା AFP ଅନୁଯାୟୀ, ଇରାକର ଅଲ-କୁଟରେ ଥିବା ଏକ ସୁପରମାର୍କେଟରେ ଏହି ଘଟଣା ଘଟିଥିବା କୁହାଯାଉଛି। ଭାଇରାଲ ଫଟୋଗୁଡ଼ିକ ଦର୍ଶାଉଛି ଯେ କୋଠାର ଏକ ବଡ଼ ଅଂଶ ନିଆଁରେ ଜଳୁଛି ଏବଂ ଧୂଆଁ ବାହାରୁଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ଓ ଫଟୋଗୁଡ଼ିକରୁ ଏମିତି ଭୟଙ୍କର ଦୃଶ୍ୟ ସାମ୍ନାକୁ ଆସିଛି ।

ଦୁର୍ଘଟଣା ସହିତ ଜଡିତ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେଉଛି, ଯେଉଁଥିରେ ୫ ମହଲା ବିଶିଷ୍ଟ କୋଠାଟି ହୁତୁହୁତୁ ହୋଇ ଜଳୁଛି । ଧୂଆଁମୟ ହୋଇଛି ସ୍ଥାନୀୟ ଅଞ୍ଚଳ । ଦୁର୍ଘଟଣା ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ନିୟନ୍ତ୍ରଣ କରିବା କାର୍ଯ୍ୟ ଜାରି ରଖିଛନ୍ତି । ୱାସିଟ୍ ପ୍ରଦେଶର ରାଜ୍ୟପାଳ ମହମ୍ମଦ ଅଲ୍-ମିଆହି ସରକାରୀ କହିଛନ୍ତି, "ଏକ ବଡ଼ ସପିଂ ମଲ୍ରେ ହୋଇଥିବା ଏହି ଅଗ୍ନିକାଣ୍ଡରେ ମୃତ୍ୟୁକଙ୍କ ସଂଖ୍ୟା ପ୍ରାୟ ୫୦ରେ ପହଞ୍ଚିଛି। ଅଗ୍ନିକାଣ୍ଡର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ୪୮ ଘଣ୍ଟା ମଧ୍ୟରେ ଘଟଣାର ପ୍ରାଥମିକ ରିପୋର୍ଟ ଜାରି ହେବ ।












Click it and Unblock the Notifications