ପାକିସ୍ତାନରେ ପୁଣି ଆତଙ୍କୀ ଆକ୍ରମଣ , ୪ ମୃତ

ପାକିସ୍ତାନରେ ପୁଣି ଥରେ ବଡ଼ ଧରଣର ଆତଙ୍କୀ ହାମଲା ହୋଉଛି । ଯେଉଁଥିରେ ପାକିସ୍ତାନର ୪ ସୈନିକଙ୍କ ମୃତ୍ୟୁ ହୋଇଛି । ପାକିସ୍ତାନର ଖୈବର ପଖତୁନଖ୍ୱାରେ ଆତଙ୍କବାଦୀ ଅର୍ଦ୍ଧସୈନିକ ବଳ ଗାଡ଼ି ଉପରେ ଆକ୍ରମଣ କରିଥିଲେ । ଘଟଣାରେ ୪ ଜଣ ଯବାନଙ୍କ ସହିତ ୫ ଜଣଙ୍କର ମୃତ୍ୟୁ ହୋଇଛି ।

ପୋଲିସ କହିବା ଅନୁସାରେ କରିଜତ ଲେବି ନାମକ ଅର୍ଦ୍ଧସୈନିକ ବଳର ଯବାନ ଜିଲ୍ଲାର ଦରବାନ ତହସିଲରୁ ଚୋରି ହୋଇଥିବା ଟ୍ରକକୁ ଜବତ କରିବାକୁ ଯାଉଥିଲେ । ଏହି ସମୟରେ ଆକ୍ରମଣ ହୋଇଥିଲା । ଆକ୍ରମଣରେ ୪ ଜଣ ଯବାନଙ୍କ ସହିତ ଜଣେ ନାଗରିକଙ୍କ ଜୀବନ ଚାଲିଯାଇଛି । ସୂଚନାଯୋଗ୍ୟ, ପାକିସ୍ତାନୀ ସେନା ଉପରେ ବଲୁଚିସ୍ତାନରେ ବଡ଼ ଆକ୍ରମଣ ହୋଇଥିଲା । ପାକିସ୍ତାନର ବଲୁଚିସ୍ତାନରେ ବିଚ୍ଛିନ୍ନତାବାଦୀମାନେ ପାକିସ୍ତାନୀ ସେନା ଉପରେ ବଡ଼ ଆକ୍ରମଣ କରିଥିଲେ । ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ଏହି ଆକ୍ରମଣରେ ୧୭ ଜଣ ସୈନିକ ପ୍ରାଣ ହରାଇଛନ୍ତି ।

pak army

ବଲୁଚିସ୍ତାନର କଲାତ ଜିଲ୍ଲା ମଙ୍ଗୋଚର ଅଞ୍ଚଳରେ ସୀମାନ୍ତ କର୍ପସ୍ କ୍ୟାମ୍ପ୍ ଉପରେ ଏକ ସଶସ୍ତ୍ର ଗୋଷ୍ଠୀ ଆକ୍ରମଣ କରିଥିଲା । ଏହା ବ୍ୟତୀତ ଉଗ୍ରବାଦୀମାନେ କ୍ୱେଟା-କରାଚି ରାଜପଥକୁ କବଜା କରି ସେଠାରେ ପାକିସ୍ତାନୀ ସେନା ଗାଡ଼ିକୁ ଟାର୍ଗେଟ କରିଥିଲେ । ରାଜପଥରେ ଏକ ଗାଡ଼ି ଉପରେ ହୋଇଥିବା ଆକ୍ରମଣରେ ଅଧିକାଂଶ ଲୋକଙ୍କ ମୃତ୍ୟୁ ଘଟିଛି । ଏହି ଗାଡ଼ି ପାକିସ୍ତାନୀ ସେନାର ବୋଲି ଜଣାପଡ଼ିଛି । ବାଲୁଚ ବିଚ୍ଛିନ୍ନତାବାଦୀମାନେ ବିଭିନ୍ନ ସ୍ଥାନରେ ଆକ୍ରମଣ କରିଥିଲେ ଏବଂ ରାତିସାରା ଗୁଳି ବିନିମୟ ଜାରି ରହିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+