ତାଇୱାନରେ ଶକ୍ତିଶାଳୀ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୫.୮ ରେକର୍ଡ
ଆଜି ସକାଳେ ତାଇୱାନର ରାଜଧାନୀ ତାଇପେଇରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ଭୂମିକମ୍ପ ଯୋଗୁଁ ଖୁବ ଭୟଙ୍କର ପରିସ୍ଥିତି ଦେଖାଯାଇଥିଲା । କେନ୍ଦ୍ରୀୟ ପାଣିପାଗ ପ୍ରଶାସନ ଭୂମିକମ୍ପର ତୀବ୍ରତା ୫.୮ ରେକର୍ଡ ମାପିଛି । ଭୂମିକମ୍ପ ଯୋଗୁଁ ତାଇପେରେ କୋଠାଗୁଡ଼ିକ କିଛି ସେକେଣ୍ଡ ପାଇଁ କମ୍ପିତ ହୋଇଥିଲା । ଆମେରିକାର ଭୂତତ୍ତ୍ୱ ସର୍ଭେ ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ଉତ୍ତର-ପୂର୍ବ ଉପକୂଳରେ ୟିଲାନରୁ ପ୍ରାୟ ୨୧ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବରେ ଥିଲା । ଏହା ପୃଥିବୀ ପୃଷ୍ଠରୁ ୬୯ କିଲୋମିଟର ତଳେ ଗଭୀରତାରେ ଥିଲା ।
ସୂଚନାଯୋଗ୍ୟ, ତାଇୱାନରେ ସବୁଠାରୁ ବିନାଶକାରୀ ଭୂମିକମ୍ପ ୨୧ ସେପ୍ଟେମ୍ବର ୧୯୯୯ ରେ ଘଟିଥିଲା, ଯାହାର ତୀବ୍ରତା ୭.୭ ଥିଲା । ଏଥିରେ ୨୪୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା ଏବଂ ପ୍ରାୟ ଏକ ଲକ୍ଷ ଲୋକ ଆହତ ହୋଇଥିଲେ । ଭୂମିକମ୍ପ ଦୃଷ୍ଟିରୁ ତାଇୱାନ ଏକ ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳରେ ଅବସ୍ଥିତ ଏବଂ ଏଠାରେ ପ୍ରାୟତଃ ଭୂମିକମ୍ପ ଘଟେ ।

୧୯୦୦ ରୁ ୧୯୯୧ ପର୍ଯ୍ୟନ୍ତ, ଦେଶରେ ପ୍ରତିବର୍ଷ ପ୍ରାୟ ୨୨୦୦ ଭୂମିକମ୍ପ ଘଟିଥିଲା ଏବଂ ଏଥିମଧ୍ୟରୁ ୨୧୪ଟି ବିପଦପୂର୍ଣ୍ଣ ଥିଲା । ୧୯୯୧ ରୁ ୨୦୦୪ ପର୍ଯ୍ୟନ୍ତ ୧୮,୬୪୯ ଟି ଭୂମିକମ୍ପ ହୋଇଥିଲା । ୧୯୯୯ ମସିହାରେ ସର୍ବାଧିକ ଭୂମିକମ୍ପ ହୋଇଥିଲା ଏବଂ ପୃଥିବୀ ୪୯,୯୧୯ ଥର କମ୍ପିତ ହୋଇଥିଲା । ୧୯୦୦ ମସିହାରୁ ତାଇୱାନରେ ୯୬ଟି ଘାତକ ଭୂମିକମ୍ପ ହୋଇଛି ।












Click it and Unblock the Notifications