ଭୂକମ୍ପରେ ପୁଣି ଥରିଲା ଫିଲିପାଇନ୍ସ,ରିକ୍ଟର ସ୍କେଲରେ ତୀବ୍ରତା ୫.୬
ଭୂକମ୍ପରେ ପୁଣି ଥରିଲା ଫିଲିପାଇନ୍ସ । ସୋମବାର ଫିଲିପାଇନ୍ସରେ ଏକ ଭୂକମ୍ପ ଅନୁଭୂତ ହୋଇଥିଲା। ଦେଶର ଲୁଜନ ସହରରେ ଭୂକମ୍ପ ଯୋଗୁଁ ଆତଙ୍କ ଖେଳିଗଲା। ରିଚ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୬ ଥିଲା । ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓ ସାଇନ୍ସ (GFZ) ଏହି ଭୂକମ୍ପକୁ ନିଶ୍ଚିତ କରି କହିଛି ଯେ ସୋମବାର ସକାଳେ ଫିଲିପାଇନ୍ସର ଲୁଜନରେ ୫.୬ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ପୃଥିବୀ ତଳେ ୧୦ କିଲୋମିଟର ଗଭୀରରେ ଥିଲା।

ଫିଲିପାଇନ୍ସର ଭୂକମ୍ପ ବିଭାଗ ଏଜେନ୍ସି କହିଛନ୍ତି ଯେ ଇଲୋକୋସ୍ ପ୍ରଦେଶର ଉତ୍ତର ବାଙ୍ଗୁଇ ସହରରେ ଏହି ଭୂକମ୍ପ ଘଟିଛି। ହେଲେ ଏହି ଭୂକମ୍ପ ଯୋଗୁଁ ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର କୌଣସି ସୂଚନା ନାହିଁ, ତଥାପି ଏପରି ତୀବ୍ର ଭୂକମ୍ପ ହେତୁ ଅଧିକ ବଡ଼ ଧରଣର ଭୂକମ୍ପ ହେବାର ସମ୍ଭାବନା ରହିଛି। ଫିଲିପାଇନ୍ସରେ ଭୂକମ୍ପ ସାଧାରଣ, କାରଣ ଏହି ଦେଶ ପ୍ରଶାନ୍ତ ମହାସାଗରର ରିଙ୍ଗ ଅଫ ଫାୟାରରେ ଅବସ୍ଥିତ, ଯେଉଁଠାରେ ଆଗ୍ନେୟଗିରି ଉଦ୍ଗୀରଣ ଏବଂ ଭୂକମ୍ପ ଭଳି କାର୍ଯ୍ୟକଳାପ ଜାରି ରହିଛି।












Click it and Unblock the Notifications