ଜମି ପାଇଁ ବୋହିଲା ରକ୍ତର ନଇ, ଗଲା ୪୯ ଜୀବନ

ପାକିସ୍ତାନରେ ପୁଣି ବୋହିଲା ରକ୍ତର ଶୁଅ । ଦୁଇ ଜନଜାତି ସମୁଦାୟଙ୍କ ମଧ୍ୟରେ ହେଲା ରକ୍ତାକ୍ତ ସଂଘର୍ଷ । ଆଉ ଏଭଳି ଘଟଣା ଘଟିଲା ଖଣ୍ଡିଏ ଜମି ପାଇଁ । ସୁଚନାନୁସାରେ ପାକିସ୍ତାନର ଖାଇବର ପଖ୍‌ତୁନଖୱା ପ୍ରଦେଶରେ ହୋଇଥିବା ଏହି ରକ୍ତାକ୍ତ ସଂଘର୍ଷରେ ଏପର୍ଯ୍ୟନ୍ତ ୪୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

କୁରମ ଜିଲ୍ଲାରେ ଦୁଇ ଜନଜାତିଙ୍କ ମଧ୍ୟରେ ଏହି ରକ୍ତାତ ସଂଘର୍ଷ ଆରମ୍ଭ ହୋଇଥିବା ଯୁଦ୍ଧ ଏବେ ସିହା ବନାମ ସୁନ୍ନି ରେ ପରିଣତ ହୋଇ ଆଖପାଖ ଅଞ୍ଚଳକୁ ବ୍ୟାପିଯାଇଛି । କେବଳ ଜୁଲାଇ ୨୮ ତାରିଖ ରାତିରେ ହିଂସାତ୍ମକ ସଂଘର୍ଷରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରୁ ୩୫ ଜଣ ସିହା ସମ୍ପ୍ରଦାୟର ହୋଇଥିବା ବେଳେ ୮ ଜଣ ସୁନ୍ନି ସମ୍ପ୍ରଦାୟର ରହିଛନ୍ତି ।

Pakistan

ଦୁଇ ଜନଜାତିଙ୍କ ମଧ୍ୟରେ ଅନେକ ଦଶନ୍ଧି ଧରି ଏକ ଜମି ପାଇଁ ସଂଘର୍ଷ ଚାଲିଛି । ଗୁଲାବ ମିଲି ଖେଲ ଏବଂ ମାଡକି କାଲେ ନାମକ ଜନଜାତି ୧୦୦ କେନାଲ ଜମି ପାଇଁ ବର୍ଷ ବର୍ଷ ଧରି ଲଢ଼େଇ କରି ଆସୁଛନ୍ତି । ଏଥର ମଧ୍ୟ ଏହି ଦୁଇ ଜନଜାତି ମୁହାଁମୁହିଁ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+