ୟୁକ୍ରେନରେ ତାଣ୍ଡବ ରଚୁଛନ୍ତି ଋଷ ସେନା: ୪୦୦ ଡ୍ରୋନ୍‌ ଓ ୪୬ କ୍ଷେପଣାସ୍ତ୍ର ମାଡ଼

ୟୁକ୍ରେନର ଭୟଙ୍କର ଡ୍ରୋନ ଆକ୍ରମଣ ପରେ ରୁଷ ପ୍ରତିଶୋଧ ନେଇଛି । ଶନିବାର ଦିନ ରୁଷ ପୂର୍ବ ୟୁକ୍ରେନର ଖାରକିଭ ସହର ଉପରେ ଏକ ଭୟଙ୍କର ଡ୍ରୋନ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରିଛି । ଯେଉଁଥିରେ ୩ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୧ ଜଣ ଆହତ ହୋଇଛନ୍ତି । ୟୁକ୍ରେନର ସ୍ଥାନୀୟ କର୍ତ୍ତୃପକ୍ଷ ଏହା ନିଶ୍ଚିତ କରିଛନ୍ତି ।

ୟୁକ୍ରେନର ଭୟାନକ ଡ୍ରୋନ ଆକ୍ରମଣ ପରେ କଡା ଜବାବ ଦେଇଛି ରୁଷ । ୟୁକ୍ରେନ ବାୟୁସେନା ଏନେଇ ଏକ ବିବୃତି ଜାରି କରି କହିଛି ଯେ ମଧ୍ୟରାତ୍ରି ପରେ ରୁଷ୍‌ ପ୍ରାୟ ୫ ଘଣ୍ଟା‌ ଧରି ସ୍ଥଳଭାଗ, ଆକାଶ ଓ ସମୁଦ୍ରରୁ ୟୁକ୍ରେନର ସହରକୁ ଟାର୍ଗେଟ୍‌ କରି ୪୦୭ଟି ଡ୍ରୋନ୍‌ ଏବଂ ୪୬ଟି କ୍ଷେପଣାସ୍ତ୍ର ମାଡ଼ କରିଥିଲେ। ଏଥିରେ ୪୦ଟି ‌କ୍ରୁଜ୍‌ ମିସାଇଲ୍‌ ଏବଂ ୬ଟି ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ଅନ୍ତର୍ଭୁକ୍ତ ଥିବା ଜଣାପଡ଼ିଛି। ରୁଷ୍‌ ଆକ୍ରମଣରେ ୟୁକ୍ରେନରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ଅନେକ ସରକାରୀ ପ୍ରତିଷ୍ଠାନ ଓ ଆବାସିକ କୋଠା ମାଟିରେ ମିଶିଯାଇଛି।

400 drones 40 missiles

ଉଲ୍ଲେଖଯୋଗ୍ୟ, ଗତ ସପ୍ତାହାନ୍ତରେ ରୁଷ୍‌ର ଆଭ୍ୟନ୍ତରୀଣ ଅଂଚଳରେ ୟୁକ୍ରେନ ଶତାଧିକ ଡ୍ରୋନ୍‌ ଦ୍ବାରା ଆକ୍ରମଣ କରି ୪୧ଟି ଯୁଦ୍ଧ ବିମାନ ଧ୍ବସ୍ତ କରିଥିଲା। ଅପରେସନ୍‌ ସ୍ପାଇଡରୱେବ୍‌ ଅଧୀନରେ ହୋଇଥିବା ଏହି ଆକ୍ରମଣ ରୁଷ୍‌ ବାୟୁସେନାକୁ ଭୀଷଣ କ୍ଷତି ପହଞ୍ଚାଇଥିଲା। ଏହାର ପ୍ରତିଶୋଧ ନେବାପାଇଁ ରୁଷ୍‌ ଏବେ ୟୁକ୍ରେନ ଉପରେ ଆକ୍ରମଣକୁ ତୀବ୍ର କରିଛି । ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ଏହି ଘଟଣାରେ ବୈଶ୍ବିକ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଛନ୍ତି।

ୟୁକ୍ରେନ ବିଦେଶ ମନ୍ତ୍ରୀ ଆଣ୍ଡ୍ରି ସିବିଗା ଏକ ବିବୃତି ଜାରି କରି କହିଛନ୍ତି, ରୁଷ୍‌ ସାଧାରଣ ଜନବସତି ଅଞ୍ଚଳ ଉପରେ ଯେଭଳି ସାରା ରାତି ଆକ୍ରମଣ କରିଛି ତାହା ଦର୍ଶାଉଛି ଯେ ରୁଷ୍‌ ଉପରେ ଯଥାସମ୍ଭବ ଅନ୍ତର୍ଜାତୀୟ ଚାପ ବଢ଼ିବା ଉଚିତ। ଆକ୍ରମଣରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଏବଂ ବହୁ ସଂଖ୍ୟାରେ ‌ଲୋକେ ଆହତ ହୋଇଥିବା କିବ୍‌ ମେୟର କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+