ବେଲୁଚିସ୍ତାନରେ ଭୟଙ୍କର ବିସ୍ଫୋରଣ, ୪ ମୃତ,୨୦ ଆହତ

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହୋଇଛି। ଏହି ସମୟରେ, ପାକିସ୍ତାନର ଅଶାନ୍ତ ବେଲୁଚିସ୍ତାନ ପ୍ରଦେଶରୁ ଏକ ବୋମା ବିସ୍ଫୋରଣ ଖବର ଆସିଛି। କୁହାଯାଉଛି ଯେ ବୋମା ବିସ୍ଫୋରଣରେ ଅତି କମରେ ୪ଜଣଙ୍କର ମୃତ୍ୟୁ ହୋଇଛି, ଏହାସହ ୨୦ଜଣ ଆହତ ହୋଇଛନ୍ତି। ରବିବାର ବେଲୁଚିସ୍ତାନର କିଲ୍ଲା ଅବଦୁଲ୍ଲା ଜିଲାର ଜବ୍ବାର ମାର୍କେଟ ନିକଟରେ ଏକ ବିସ୍ଫୋରଣ ଘଟିଥିଲା, ଯାହା ଫଳରେ କୋଠାଟି ବ୍ୟାପକ କ୍ଷତି ହୋଇଥିଲା ଏବଂ ଆତଙ୍କ ବ୍ୟାପି ଯାଇଥିଲା।

ବିସ୍ଫୋରଣ ପରେ ଅନେକ ଦୋକାନ ଭୁଶୁଡ଼ି ପଡ଼ିଥିଲା ଏବଂ ଅନେକ ପ୍ରତିଷ୍ଠାନରେ ନିଆଁ ଲାଗିଯାଇଥିଲା। ଏ ସମ୍ପର୍କରେ ଡେପୁଟି କମିଶନର ରିଆଜ ଖାନଙ୍କ ଏକ ବିବୃତ୍ତି ମଧ୍ୟ ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ ବିସ୍ଫୋରଣରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ୨୦ ଜଣ ଆହତ ହୋଇଛନ୍ତି।

4 killed 20 injured in blast in Pakistan s Balochistan province

ଡେପୁଟି କମିଶନର ଆହୁରି କହିଛନ୍ତି, ଏହି ବଜାର ଫ୍ରଣ୍ଟିୟର୍‌ କର୍ପସ (FC) ଦୁର୍ଗର ପଛ ପାଚେରୀ ନିକଟରେ ଅବସ୍ଥିତ।
ବିସ୍ଫୋରଣ ପରେ, ଅଜ୍ଞାତ ଆକ୍ରମଣକାରୀ ଏବଂ FC କର୍ମଚାରୀଙ୍କ ମଧ୍ୟରେ କିଛି ସମୟ ପାଇଁ ଗୁଳି ବିନିମୟ ହୋଇଥିଲା। ଖୁଜଦାର ଜିଲାର ନାଲ ଅଞ୍ଚଳରେ ଏକ ଚେକ ପୋଷ୍ଟ ଉପରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଦ୍ୱାରା ହୋଇଥିବା ଏକ ମାରାତ୍ମକ ଗୁଳି ଆକ୍ରମଣରେ ଚାରି ଜଣ ଲେଭି କର୍ମଚାରୀଙ୍କ ପ୍ରାଣହାନି ହେବାର କିଛି ଦିନ ପରେ ଏହି ବିସ୍ଫୋରଣ ଘଟିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+