ଆମେରିକାରେ ଭୟଙ୍କର ସଡକ ଦୁର୍ଘଟଣା, ଜଳିଗଲେ ୪ ଭାରତୀୟ
ଆମରେିକା ଟେକ୍ସାସରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାରି ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ଯୁବତୀଙ୍କ ସମେତ ୪ ଜଣ ଭାରତୀୟ ରହଛନ୍ତି । ଏସୟୁଭି କାରରେ ନିଆଁ ଲାଗିବା ଯୋଗୁଁ ସମସ୍ତଙ୍କ ଶରୀର ଜଳିଯାଇଛି । ମୃତକଙ୍କ ପରିଚୟ ମିଳିପାରୁ ନାହିଁ । ଡିଏନଏ ପରୀକ୍ଷା ପରେ ଜଣାପଡ଼ିବ ବୋଲି ଜଣେ ଅଧିକାରୀ କହିଛନ୍ତି । ସୂଚନା ଅନୁସାରେ, ଆମେରିକାରେ ରହୁଥିବା ଏହି 4 ଜଣ ଭାରତୀୟ କାର୍ପୁଲିଂ ଆପ୍ ଜରିଆରେ ଭେଟ ହୋଇଥିଲେ। ଗତ ଶୁକ୍ରବାର ସେମାନେ ଆର୍କାନସାସର ବେଣ୍ଟୋନଭିଲ୍ଲେ ଯିବା ସମୟରେ ଟେକ୍ସାସ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ।
ପାଞ୍ଚଟି କାର୍ ପରସ୍ପର ମଧ୍ୟରେ ଧକ୍କା ହେବା ଫଳରେ ସେମାନଙ୍କ ଏସୟୁଭି କାର୍ ଜଳି ଯାଇଥିଲା। ଫଳରେ 4 ଜଣ ଭାରତୀୟ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ପରିଚୟ ମିଳିପାରୁ ନ ଥିବାରୁ DNA ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରାଯାଇଛି। ତେବେ ମୃତକମାନେ ହେଲେ ଆର୍ଯ୍ୟାନ ରଘୁନାଥ ଓରମପତି, ଫାରୁକ ଶୈକ, ଲୋକେଶ ପାଲଚାର୍ଲ ଏବଂ ଦର୍ଶିନୀ ବାସୁଦେବନ ବୋଲି ଜଣାପଡିଛି। ସେପଟେ ମୃତଦେହ ସ୍ୱଦେଶ ଫେରାଇ ଆଣିବାକୁ ପରିବାର ଲୋକେ ଅନୁରୋଧ କରିଛନ୍ତି।

ଓରମପତି ଏବଂ ତାଙ୍କ ସାଙ୍ଗ ଶୈକ ଡାଲାସର ଜଣେ ବନ୍ଧୁଙ୍କୁ ଭେଟି ଫେରୁଥିଲେ। ସେହିପରି ଲୋକେଶ ପାଲଚାର୍ଲ ତାଙ୍କ ପତ୍ନୀଙ୍କୁ ଭେଟିବା ପାଇଁ ବେଣ୍ଟୋନଭିଲ୍ଲେ ଯାଉଥିଲେ। ଟେକ୍ସାସ୍ ୟୁନିଭରସିଟିରୁ ମାଷ୍ଟର ଡିଗ୍ରୀ ଶେଷ କରି ଆମେରିକାରେ କାର୍ଯ୍ୟ କରୁଥିବା ଦର୍ଶିନୀ ବାସୁଦେବନ୍ ବେଣ୍ଟୋନଭିଲ୍ଲେର ତାଙ୍କ ମାମୁଁଙ୍କୁ ଦେଖା କରିବାକୁ ଯାଉଥିଲେ। ସେମାନେ ଏକ କାର୍ପୁଲିଂ ଆପ୍ ମାଧ୍ୟମରେ ଭେଟ ହୋଇଥିବାରୁ ପରିଚୟ ଜାଣିବା ସହଜ ହୋଇପାରିଛି।












Click it and Unblock the Notifications