ମୁହାଁମୁହିଁ ଧକ୍କା ହେଲା ବସ୍,୩୭ ମୃତ, ୩୯ ରୁ ଅଧିକ ଆହତ
ପୁଣି ଏକ ବଡ଼ ଦୁର୍ଘଟଣା। ଦୁଇ ବସ୍ ମୁହାଁମୁହିଁ ଧକ୍କା। ଫଳରେ ୩୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୩୯ ରୁ ଅଧିକ ଯାତ୍ରୀ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। କେତେକଙ୍କ ଅବସ୍ଥା ସ୍ଥିର ଥିବା ବେଳେ, ଆଉ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଦୁଇଟି ଯାତ୍ରୀବାହୀ ବସ୍ ମୁହାଁମୁହିଁ ହେବା ଫଳରେ ଏତେ ଲୋକଙ୍କର ଜୀବନ ଚାଲିଯାଇଛି।
ସକାଳେ ଉୟୁନି ଏବଂ କୋଲଚାନି ମଧ୍ୟରେ ଥିବା ଏକ ରାଜପଥରେ ଏକ ବସ୍ ଭୁଲ୍ ଲେନ୍ ଭିତରକୁ ଚାଲିଯିବାରୁ ଦୁର୍ଘଟଣା ଘଟିଥିଲା। ଯାହାକି ଗତ କିଛି ବର୍ଷ ମଧ୍ୟରେ ସବୁଠୁ ବଡ଼ ଦୁର୍ଘଟଣା ବୋଲି କୁହାଯାଉଛି। ଖବର ମୁତାବକ, ସକାଳେ ୭ଟା ସମୟରେ ଉୟୁନି ଏବଂ କୋଲଚାନି ମଧ୍ୟରେ ଥିବା ଏକ ରାଜପଥରେ ଏକ ବସ୍ ଭୁଲ୍ ଲେନ୍ ଭିତରକୁ ଚାଲିଯିବାରୁ ଦୁର୍ଘଟଣା ଘଟିଥିଲା ।

ଏହି ଘଟଣା ବିଷୟରେ ସୂଚନା ଦେଇ ପୋଟୋସି ବିଭାଗୀୟ ପୋଲିସ କମାଣ୍ଡର ମୁଖପାତ୍ର କହିଛନ୍ତି ଯେ, ଏହି ଭୟଙ୍କର ଦୁର୍ଘଟଣାରେ ୩୭ ଜଣଙ୍କର ମୃତ୍ୟୁ ହୋଇଛି, ଯେତେବେଳେ ୩୯ ଜଣ ଆହତ ହୋଇଛନ୍ତି । ଆହତମାନେ ଉୟୁନି ସହରର ଚାରୋଟି ଭିନ୍ନ ଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ବସ୍ ଡ୍ରାଇଭର ନିଶାରେ ଥିଲେ ବୋଲି ପୋଲିସ କହିଛି ।












Click it and Unblock the Notifications