Get Updates
Get notified of breaking news, exclusive insights, and must-see stories!

ଭୟଙ୍କର ରେଳ ଦୁର୍ଘଟଣା, ଲାଇନଚ୍ୟୁତ ହେଲା ୩୫ ବଗି

ଆମେରିକା ଟେକ୍ସାସରେ ଭୟଙ୍କର ରେଳ ଦୁର୍ଘଟଣା । ୟୁନିଅନ ପ୍ୟାସିଫିକ ଟ୍ରେନର ୩୫ ବଗି ଲାଇନଚ୍ୟୁତ ହେବ । ଦୁର୍ଘଟଣା ଗାର୍ଡନ କସ୍ତବ ପୂର୍ବରେ ହୋଇଛି । ଏହି ଘଟଣାରେ କେହି ହତାହତ ହୋଇନାହାନ୍ତି । ଦୁର୍ଘଟଣା ପରେ ଭୟଙ୍କର ଫଟୋ ସାମ୍ନାକୁ ଆସିଛି । ଡ୍ରେନ ବଗିଗୁଡିକ ପରସ୍ପର ଉପରେ ଚଢିଯାଇଛି । ଦୁର୍ଘଟଣାକୁ ନେଇ ପେଲୋ ପିଣ୍ଟୋ କାଉଣ୍ଟି ଏମରଜେନ୍ସୀ ସର୍ଭିସେଜ ଡିଷ୍ଟ୍ରିକ୍ଟ ବିପଦପୂର୍ଣ୍ଣ ବୋଲି କହିଛି । ତେବେ ଏହି ଡ୍ରେନ ବଗିରେ କ'ଣ ରହିଥିଲା, ତାହା ଏଯାଏଁ ଜଣାନାହିଁ । ଟ୍ରେନ ଦୁର୍ଘଟଣା ପରେ ଉଦ୍ଧାରକାରୀ ଟିମ୍ ଘଟଣା ସ୍ଥଳରେ ପହଞ୍ଚି କାର୍ଯ୍ୟ ଜାରି ରଖିଛି । ଅଗ୍ନିଶମ ଟିମ୍ ଲାଗିଥିବା ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛି ।

traijn

ଆମେରିକାରେ ହୋଇଥିବା ରେଳ ଦୁର୍ଘଟଣା କାରଣ ଏଯାଏଁ ଜଣାପଡିନାହିଁ । ରେଲୱେ ଏବଂ ସ୍ଥାନୀୟ ପ୍ରଶାସନ ମିଶି ଯାଞ୍ଚ ଆରମ୍ଭ କରିଛନ୍ତି । ତେବେ ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଥିବା କୌଣସି ବାସସ୍ଥାନକୁ କ୍ଷତି ପହଞ୍ଚିନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+