ଡଙ୍ଗା ଓଲଟି ୩୪ ପର୍ଯ୍ୟଟକଙ୍କ ମୃତ୍ୟୁ

ଭିଏତନାମରେ ଝଡ଼ ତାଣ୍ଡବ ରଚିଛି। ହଠାତ୍ ଝଡ଼ ଯୋଗୁ ଏକ ପର୍ଯ୍ୟଟକ ଡଙ୍ଗା ଓଲଟି ପଡ଼ି ୩୪ ଜଣଙ୍କର ମୃତ୍ୟୁ ଘଟିଛି। ରିପୋର୍ଟ ଅନୁସାରେ, ୱଣ୍ଡର ସି ଡଙ୍ଗାଟି ୪୮ଜଣ ଯାତ୍ରୀ ଏବଂ ପାଞ୍ଚ ଜଣ କ୍ରୁ ସଦସ୍ୟଙ୍କୁ ନେଇ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ହା ଲଙ୍ଗ ବେ ଅଭିମୁଖେ ଯାତ୍ରା କରୁଥିଲା।

boat capsizes

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଡଙ୍ଗା ବୁଡ଼ି ଯାଇଥିବା ସ୍ଥାନରୁ ଉଦ୍ଧାରକାରୀମାନେ ୧୧ ଜଣଙ୍କ ଜୀବନ ରକ୍ଷା କରିଛନ୍ତି ଏବଂ ସମସ୍ତ ମୃତଦେହ ଉଦ୍ଧାର କରିଛନ୍ତି। ସେହିପରି ୨୩ ଜଣ ନିଖୋଜ ରହିଛନ୍ତି ବୋଲି କୁହାଯାଉଛି।

ପ୍ରବଳ ପବନ ଯୋଗୁ ଡଙ୍ଗାଟି ଓଲଟି ପଡ଼ିଥିଲା। ଉଦ୍ଧାର ହୋଇଥିବା ଲୋକଙ୍କ ମଧ୍ୟରେ ଜଣେ ୧୪ ବର୍ଷର ବାଳକ ମଧ୍ୟ ଅଛନ୍ତି। ଓଲଟି ପଡ଼ିଥିବା ଡଙ୍ଗାରେ ଫସି ରହିବାର ଚାରି ଘଣ୍ଟା ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା।
ପର୍ଯ୍ୟଟକମାନେ ରାଜଧାନୀ ହନୋଇରୁ ଆସିଥିଲେ। ସେମାନଙ୍କ ମଧ୍ୟରେ ୨୦ ଜଣ ପିଲା ମଧ୍ୟ ଥିଲେ। ଏକ ଟାଇଫୁନ୍ ମଧ୍ୟ ଏହି ଅଞ୍ଚଳ ଆଡକୁ ମୁହାଁଇଛି। ଜାତୀୟ ପାଣିପାଗ ପୂର୍ବାନୁମାନ ଅନୁଯାୟୀ, ଟାଇଫୁନ୍ ୱିଫା ଆସନ୍ତା ସପ୍ତାହରେ ହା ଲଙ୍ଗ ବେ ଉପକୂଳ ସମେତ ଉତ୍ତର ଭିଏତନାମକୁ ଧକ୍କା ଦେବାର ସମ୍ଭାବନା ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+