ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ, ୩୪ ମୃତ, ଶତାଧିକ ଆହତ
। ଭୟଙ୍କର ଝଡ ତୋଫାନରେ ୩୪ ଜଣ ପ୍ରାଣ ହରାଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । ଆମେରିକାର କ୍ଷତିଗ୍ରସ୍ତ ହୋଇଛି ମିସାରି, ଟେକ୍ସାସ, କାନସାସ ଓ ମିସୋରି ପ୍ରଦେଶ । କେବଳ ମିସୋରିରେ ୧୨ ଜଣଙ୍କ ଜୀବନ ନେଇଛି ଟର୍ଣ୍ଣାଡୋ । ୧୦ କୋଟି ଲୋକ ପ୍ରଭାବିତ ହୋଇଥିବା ବେଳେ ଲକ୍ଷ ଲକ୍ଷ ଲୋକ ଅନ୍ଧାରରେ ଅଛନ୍ତି । ଘୂର୍ଣ୍ଣିଝଡରେ ବହୁ ଧନସମ୍ପତ୍ତି ନଷ୍ଟ ହୋଇଛି। ଘଣ୍ଟାପ୍ରତି ୧୩୬ରୁ ୧୬୫ କିଲୋମିଟର ବେଗରେ ପବନ ବୋହିଥିଲା। କିଛି କାର ଉଡିବା ଦେଖିବାକୁ ମିଳିଛି। ଟର୍ଣ୍ଣାଡୋ ପରେ ବନ୍ୟା ଆଲର୍ଟ ଜାରି ହୋଇଛି।
ପ୍ରାୟ ଏକ କୋଟି ଲୋକ ଟର୍ଣ୍ଣାଡୋ ଦ୍ବାରା ପ୍ରଭାବିତ ହୋଇଛନ୍ତି । ଜୋରସୋରରେ ରେସକ୍ୟୁ ଅପରେସନ ଚାଲିଛି । ରାଜ୍ୟପାଳ ସାରା ହକାବି ସାଣ୍ଡର୍ସ X ରେ କହିଛନ୍ତି ଯେ ଆମେ ଗତକାଲି ରାତିର ଝଡ଼ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ସର୍ଭେ କରିବା ପାଇଁ ଦଳ ଗଠନ କରିଛୁ ଏବଂ ପ୍ରଥମ ଥର ପାଇଁ, ଉଦ୍ଧାର ଦଳ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସ୍ଥଳଭାଗରେ ଅଛନ୍ତି ।

ଖରାପ ପାଗ ଏବଂ ଅଗ୍ନିକାଣ୍ଡ ବିପଦ ଯୋଗୁଁ ଆଲାବାମା, କାନସାସ ଏବଂ ମିସୌରୀର ରାଜ୍ୟପାଳମାନେ ଜରୁରୀକାଳୀନ ଘୋଷଣା ଜାରି କରିଛନ୍ତି । ଶୁକ୍ରବାର ଦିନ ଦକ୍ଷିଣ ସମତଳ ଅଞ୍ଚଳରେ ୮୦ କିଲୋମିଟରରୁ ଅଧିକ ବେଗରେ ପବନ ବହିବାରୁ ଟେକ୍ସାସରେ ଧୂଳି ଝଡ଼ ହୋଇଛି । ଏହା ସହ କାର୍ ଦୁର୍ଘଟଣା ହୋଇଛି । ଏହି ଅଘଟଣରେ କିଛି ଲୋକଙ୍କ ମୃତ୍ୟୁ ହୋଇଛି । ପ୍ରବଳ ପବନ ଏବଂ ଧୂଳିଝଡ଼ ଯୋଗୁଁ ଟ୍ରକ୍, ଗଛ ଏବଂ ବିଦ୍ୟୁତ୍ ତାରଗୁଡ଼ିକ ଉପୁଡ଼ି ଯାଇଛି । ଯାହା ଫଳରେ ବ୍ୟାପକ ବିଦ୍ୟୁତ୍ ବିଭ୍ରାଟ ହୋଇଥିଲା।












Click it and Unblock the Notifications