ପ୍ରତ୍ୟେକ ଦିନ କରୁଥିଲେ ୱାର୍କଆଉଟ୍, ହେଲେ ହାର୍ଟଆଟାକରେ ଗଲା ବଡି ବିଲଡରଙ୍କ ଜୀବନ
Brazil Viral News: ବ୍ୟାୟାମ ଏବଂ ଫିଟନେସ ପ୍ରତି ସର୍ବଦା ଧ୍ୟାନ ଦେଉଥିବା ବ୍ରାଜିଲର ୩୩ ବର୍ଷିୟ ବଡି ବିଲଡର ଡସ୍ ସାଣ୍ଟୋସଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। ଇନଷ୍ଟାଗ୍ରାମରେ ସେଣ୍ଟୋସ୍ ବେଶ୍ ପପୁଲାର, ତାଙ୍କ ବେଶ୍ ଅଧିକ ଫଲୋର୍ସ ରହିଛନ୍ତି । ସେ ପ୍ରାୟତଃ ଜିମରେ ୱାର୍କଆଉଟ୍ କରିବାର ଫଟୋ ସେୟାର କରିଥାନ୍ତି । ସିଏନ୍ଏନ୍ ବ୍ରାଜିଲ୍ ରିପୋର୍ଟରେ ଏହି ଖବର ପ୍ରକାଶ ପାଇଛି ।
ରିପୋର୍ଟ ଅନୁଯାୟୀ, ଏହି ବଡି ବିଲଡର ଜଣଙ୍କର ସ୍ୱାସ୍ଥ୍ୟ ହଠାତ୍ ଖରାପ ହେବା ପରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ଡସ୍ ସାଣ୍ଟୋସ୍ ରବିବାର ମୃତ୍ୟୁ ସହ ଯୁଦ୍ଧ କରିବା ପରେ ମୃତ୍ୟୁ ବରଣ କରିଥିଲେ। ରିପୋର୍ଟ ଅନୁଯାୟୀ, ଡସ୍ ସାଣ୍ଟୋସ୍ ବୃତ୍ତି ଅନୁଯାୟୀ ଜଣେ ଡାକ୍ତର ଥିଲେ ଏବଂ ସେ ବଡି ବିଲ୍ଡିଂ କରବା ବହୁତ ପସନ୍ଦ କରୁଥିଲେ। ତାଙ୍କ ମୃତ୍ୟୁକୁ ନେଇ ତାଙ୍କ କ୍ଲିନିକ୍ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ଡାକ୍ତର ଏବଂ ବଡି ବିଲଡରଙ୍କର ଯକୃତରେ ଆଡେନୋମା ରହିଥିଲା, ଏହି କାରଣରୁ ସେ ହୃଦ୍ଘାତରେ ଆକ୍ରାନ୍ତ ହୋଇଥିଲେ।

ଡୋସ୍ ସାଣ୍ଟୋସ୍ ତାଙ୍କ ଫିଟନେସ୍, ଫ୍ୟାଶନ୍ ଏବଂ ଭ୍ରମଣ ସମ୍ବନ୍ଧରେ ଇନଷ୍ଟାଗ୍ରାମରେ ନିଜ ଫ୍ୟାନ୍ସଙ୍କୁ ଅପଟେଡ୍ ଦେଇଥାନ୍ତି । ଇନଷ୍ଟାଗ୍ରାମରେ ତାଙ୍କର 10,000 ରୁ ଅଧିକ ଅନୁସରଣକାରୀ ଅଛନ୍ତି ।
ରିପୋର୍ଟ ଅନୁଯାୟୀ, ଡକ୍ଟର ସାଣ୍ଟୋସ ସାଓ ପାଉଲୋର ଦକ୍ଷିଣରେ ଥିବା ମୋମାଠାରେ ଅବସ୍ଥିତ ଏକ କ୍ଲିନିକରେ କାର୍ଯ୍ୟ କରିଥିଲେ । ତାଙ୍କ ପ୍ରେମିକା କାରୋଲିନ ସାଞ୍ଚେଜ ମଧ୍ୟ ଏଠାରେ କାମ କରିଥିଲେ। ତେବେ ମୃତ୍ୟୁ ବେଳକୁ ତାଙ୍କର ଟ୍ୟୁମର ଚିକିତ୍ସା ଜାରି ଥିଲା କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇ ନାହିଁ । ସେ ନିୟମିତ ଭାବରେ ତାଙ୍କ ଦୈନନ୍ଦିନ ଜୀବନର ଫଟୋ ପୋଷ୍ଟ କରନ୍ତି ।
-
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
ପୁଣି ଖସିଲା ସୁନା-ରୂପା ରେଟ୍ -
ଜାତୀୟ ରାଜପଥରେ ଯାତ୍ରା କରିବା ହେଲେ ମହଙ୍ଗା, ବାର୍ଷିକ FASTag ଟୋଲ୍ ପାସ୍ ଫି ହୋଲା ବୃଦ୍ଧି କଲେ ସରକାର -
ନିର୍ବାଚନକୁ ନେଇ ମୁହଁ ଖୋଲିଲେ ନବୀନ: କହିଲେ ଭାଜପା..... -
ଇରାନ ଉପରେ ଟ୍ରମ୍ପଙ୍କ ବଡ଼ ଦାବି, କହିଦେଲେ କିଛି ଏମିତି....... -
୧ ଏପ୍ରିଲରୁ ଆୟକର ନିୟମରେ ହେବ ବଡ଼ ପରିବର୍ତ୍ତନ, ଆୟକର ବିଭାଗ ଆପଣଙ୍କର ସୋସିଆଲ ମିଡିଆ..... -
ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ୨ ମୃତ -
ଶୁଭମନ ଗିଲ୍ ସର୍ବଶ୍ରେଷ୍ଠ ଅନ୍ତରାଷ୍ଟ୍ରୀୟ କ୍ରିକେଟର -
ହର୍ମୁଜ ପ୍ରଣାଳୀ ଅତିକ୍ରମ କଲା ୨ ଏଲପିଜି ଗଚ୍ଛିତ ଭାରତୀୟ ଜାହାଜ -
୨ ବିଜେଡି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍, ରାତି ୯ଟା ଭିତରେ ନବୀନ ନିବାସକୁ ରିପୋର୍ଟ ନିର୍ଦ୍ଦେଶ -
ଏଥର ପ୍ରଚଣ୍ଡ ହେବ ଗୁଷ୍ମ ପ୍ରବାହ, ୪୦ ଛୁଇଁବ ପାରଦ -
ଗହଣା କିଣିବା ପୂର୍ବରୁ ପକାନ୍ତୁ ନଜର, ଜାଣିରଖନ୍ତୁ ଆଜିର ଦାମ୍










Click it and Unblock the Notifications