ଇରାନରୁ ଫେରିଲେ ୩୦୦ ଭାରତୀୟ
ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ଆଶଙ୍କା ଭିତରେ ଭାରତୀୟଙ୍କ ପାଇଁ ଆଲର୍ଟ । ତେହେରାନ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଭାରତୀୟଙ୍କୁ କୌଣସି ପରିସ୍ଥିତିରେ ଭାରତକୁ ପଠାଯିବ ବୋଲି କୁହାଯାଇଛି । ଏହାରି ଭିତରେ ଇରାନରୁ ଭାରତୀୟକୁ ନେଇ ପ୍ରଥମ ବିମାନ ଦିଲ୍ଲୀରେ ଆଜି ପହଞ୍ଚିବ । ବିମାନରେ ୩୦୦ ଲୋକ ଦିଲ୍ଲୀରେ ପହଞ୍ଚିବେ । ଆମେରିକା ଇରାନ ଉପରେ ଏୟାରଷ୍ଟ୍ରାଇକ କରିବା ଆଶଙ୍କା ଘନୀଭୂତ ହେଉଛି । ଏହାକୁ ଦେଖି ଭାରତୀୟ ଦୂତାବାସ ପକ୍ଷରୁ ଅପିଲ କରାଯାଇଛି । ତେହେରାନ ପକ୍ଷରୁ ଅସ୍ଥାୟୀ ଭାବେ କର୍ମସିଆଲ ବିମାନ ପାଇଁ ନିଜର ଏୟାରସ୍ପେସ ବନ୍ଦ କରିଦେଇଛି ।

ଭାରତୀୟ ବିଦେଶ ମନ୍ତ୍ରଣାଳୟ ତରଫରୁ କୁହାଯାଇଛି କି, ଯୁଦ୍ଧ ଆଶଙ୍କା ବଢିବାରେ ଲାଗିଛି । ଏହାଦ୍ବାରା ଇରାନରେ ଥିବା ଭାରତୀୟଙ୍କ ପାଇଁ ବିପଦ ରହିଛି । ଏହାପୂର୍ବରୁ ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ବୈଦେଶିକ ମନ୍ତ୍ରଣାଳୟ ସମସ୍ତ ଚେଷ୍ଟା ଜାରି ରଖିଛି । ପ୍ରଥମ ବିମାନରେ ୩୦୦ ଭାରତୀୟ ଆଜି ଭାରତ ଫେରୁଛନ୍ତି । ଏଥିପାଇଁ ଭାରତ ସରକାର ଅନେକ ଏୟାରଲାଇନ୍ସ କମ୍ପାନୀ ସହିତ ସଂପର୍କରେ ରହିଛନ୍ତି । ଇରାନରେ ଫସିଥିବା ଲୋକଙ୍କୁ ଫେରାଇ ଆଣିବା ପାଇଁ ଚାର୍ଟର ଫ୍ଲାଇଟର ବ୍ୟବସ୍ଥା କରାଯାଉଛି । ତେବେ ଭାରତର ପ୍ରାୟ ୫୦୦୦ ହଜାର ଛାତ୍ର ରହିଛନ୍ତି, ଯେଉଁମାନେ ଇରାନରେ ପଢୁଛନ୍ତି । ପାଖାପାଖଇ ୧୦୦୦୦ରୁ ଅଧିକ ଭାରତୀୟ ଇରାନରେ ରହିଛନ୍ତି । ସମସ୍ତଙ୍କ ସୁରକ୍ଷାକୁ ଦେଖି ସରକାର ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ।
ଇରାନରେ ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ଇରାନରେ ଲଗାତାର ପ୍ରଦର୍ଶନ ହେଉଥିବା ଦେଖି ସମଗ୍ର ଦେଶରେ ମାର୍ଶଲ ଆଇନ ଲାଗୁ ହୋଇଛି । ଗତ ୧୮ ଦିନ ହେଲାଣି ସରକାରଙ୍କ ବିରୋଧରେ ଲଗାତାର ପ୍ରଦର୍ଶନ ହେଉଛି । ଦେଶରେ କିଛିଦିନ ହେଲାଣି ଇଣ୍ଟରନେଟ ବନ୍ଦ ରହିଛି ।
-
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
VerSe Innovation ର ନୂତନ ପଦକ୍ଷେପ: ପି.ଆର୍. ରମେଶ ସ୍ୱତନ୍ତ୍ର ନିର୍ଦ୍ଦେଶକ ଓ ଅଡିଟ କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼






Click it and Unblock the Notifications