ପ୍ରଥମେ ପକାଇଲା ବୋମା, ଏବେ ସାହାୟତାର ହାତ ବଢ଼ାଇଲା ! ଜାଣନ୍ତୁ ଇରାନ ଉପରେ ଆମେରିକା କାହିଁକି......
ଗତ ଦୁଇ ସପ୍ତାହ ଧରି ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଆମେରିକା ମଧ୍ୟ ଯୁଦ୍ଧରେ ପ୍ରବେଶ କରିଥିଲା। ଏହା ଇରାନ ଉପରେ ଆକ୍ରମଣ କରିଥିଲା। ତଥାପି, ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ହ୍ବାଇଟ ହାଉସ କହିଛି ଯେ ସେମାନେ ଇରାନ ସହିତ କୂଟନୀତି ପଥରେ ଅଛନ୍ତି। ରିପୋର୍ଟ ହୋଇଛି ଯେ ଆମେରିକା ଇରାନକୁ ପ୍ରାୟ ୩୦ ବିଲିୟନ ଡଲାରର ଚୁକ୍ତି ପ୍ରସ୍ତାବ ଦେଇଛି। ତଥାପି, ଏ ବିଷୟରେ କୌଣସି ସରକାରୀ ସୂଚନା ଆସିନାହିଁ।
ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଇସ୍ରାଏଲ ଜାଣେ ନାହିଁ ଯେ ୟୁରାନିୟମ୍ ଭଣ୍ଡାର କେଉଁଠି ଅଛି, କିନ୍ତୁ ଆବଶ୍ୟକ ହେଲେ ସେମାନେ ପୁଣି ଥରେ ଇରାନ ଉପରେ ଆକ୍ରମଣ କରିବେ। ଟ୍ରମ୍ପ ପ୍ରଶାସନର ସୂତ୍ର କହିଛନ୍ତି, ଆମେରିକା ଇରାନକୁ ସିଧାସଳଖ ଟଙ୍କା ଦେବ ନାହିଁ, କିନ୍ତୁ ଆରବ ଦେଶଗୁଡ଼ିକରେ ଥିବା ତା'ର ବନ୍ଧୁମାନଙ୍କ ମାଧ୍ୟମରେ ଇରାନକୁ ଏହି ସାହାଯ୍ୟ ପଠାଇବ।
ଏକ ସାକ୍ଷାତକାରରେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଖାମେନେଇଙ୍କ ନିପାତ ବିଷୟରେ କହିଛନ୍ତି, 'ଯଦି ଖାମେନେଇ ଆମ ପାଖରେ ଥାଆନ୍ତେ, ତେବେ ଆମେ ତାଙ୍କୁ ହତ୍ୟା କରିଥାଆନ୍ତୁ। ଆମେ ଆମର ସର୍ବୋତ୍ତମ ଚେଷ୍ଟା କରିଥିଲୁ। ଇସ୍ରାଏଲ ଖାମେନେଇଙ୍କ ଙ୍କୁ ନିପାତ କରିବାକୁ ଚାହୁଁଥିଲା, କିନ୍ତୁ ଏପରି କରିବାର ସୁଯୋଗ ପାଇଲା ନାହିଁ।

ଯେତେବେଳେ ପ୍ରତିରକ୍ଷା ମନ୍ତ୍ରୀ କାଟଜ୍ଙ୍କୁ ପଚରାଗଲା ଯେ, ଇସ୍ରାଏଲ ଆମେରିକାଠାରୁ ଅନୁମତି ମାଗିଛି କି ନାହିଁ, ସେ ଉତ୍ତର ଦେଇଥିଲେ, ଆମକୁ ଏହି କଥା ପାଇଁ କାହାର ଅନୁମତି ଦରକାର ନାହିଁ।ଏକ ସୋସିଆଲ ମିଡିଆ ପୋଷ୍ଟରେ ସେ କହିଥିଲେ, 'ଆମେ ଠିକ୍ ଭାବରେ ଜାଣୁ ଯେ ତଥାକଥିତ ସୁପ୍ରିମ୍ ଲିଡରକେଉଁଠାରେ ଲୁଚି ରହିଛନ୍ତି। ସେ ଏକ ସହଜ ଟାର୍ଗେଟ, କିନ୍ତୁ ସେ ସେଠାରେ ସୁରକ୍ଷିତ ଅଛନ୍ତି। ଆମେ ତାଙ୍କୁ ହତ୍ୟା କରିବୁ ନାହିଁ।












Click it and Unblock the Notifications