Get Updates
Get notified of breaking news, exclusive insights, and must-see stories!

ରେଷ୍ଟୁରାଣ୍ଟ ଭିତରେ ଗୁଳିକାଣ୍ଡ, ୩ ମୃତ

ଆମେରିକା ନ୍ୟୁୟର୍କ ସହରରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ବ୍ରୁକଲିନର କ୍ରାଉନ୍ ହାଇଟ୍ସ ଅଞ୍ଚଳରେ ଏକ ରେଷ୍ଟୁରାଣ୍ଟ ଭିତରେ ଗୁଳିକାଣ୍ଡ ହୋଇଛି । ଏହି ଗୁଳିକାଣ୍ଡରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

ସୂଚନା ଅନୁସାରେ ଆଜି ସକାଳେ "ଟେଷ୍ଟ ଅଫ୍ ଦି ସିଟି ଲାଉଞ୍ଜ" ବନ୍ଦ ହେବାକୁ ଯାଉଥିବା ସମୟରେ ଏହି ଘଟଣା ଘଟିଥିଲା । ପୋଲିସର ସୂଚନା ଅନୁଯାୟୀ, ଅନେକ ଆକ୍ରମଣକାରୀ ଭିତରକୁ ପ୍ରବେଶ କରି ଗୁଳି ଚଳାଇଥିଲେ। ହଠାତ୍ ଗୁଳିଚାଳନା ଯୋଗୁଁ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଥିଲା । ପୁଲିସର ସୂଚନା ଅନୁଯାୟୀ, କେତେକ ବନ୍ଧୁକଧାରୀ ରେସ୍ତୋରାଁ ଭିତରକୁ ପ୍ରବେଶ କରି ଆଖିମୁଜା ଗୁଳି ଚଳାଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବାବେଳେକୁ ବନ୍ଧୁକଧାରୀମାନେ ଫେରାର ହୋଇଯାଇଥିଲେ । ଏପର୍ଯ୍ୟନ୍ତ ପୁଲିସ ସେମାନଙ୍କୁ ଗିରଫ କରିପାରିନାହିଁ ।

firing
ନ୍ୟୁୟର୍କ ପୁଲିସ କମିଶନର ଜେସିକା ଟିସ୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ପୁଲିସ ସକାଳ ପ୍ରାୟ ସାଢ଼େ ୩ଟା ସମୟରେ ଗୁଳିଚାଳନା ସମ୍ପର୍କରେ ଏକ ଫୋନକଲ୍ ପାଇଥିଲା। ପୁଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ଏହା ସହିତ ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ମୃତକ ତିନିଜଣ ପୁରୁଷ ଥିଲେ, ସେମାନଙ୍କ ମଧ୍ୟରୁ ଜଣେ ୨୭ ବର୍ଷ ଏବଂ ଅନ୍ୟ ଜଣେ ୩୫ ବର୍ଷ ବୟସର ବୋଲି କୁହାଯାଉଛି, ଯେତେବେଳେ ତୃତୀୟ ଜଣଙ୍କ ବୟସ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+