୧୦ ଘଣ୍ଟା ବ୍ୟବଧାନରେ ପୁଣି ତୁର୍କୀରେ ବଡ଼ ଧରଣର ଭୂକମ୍ପ, ବଢିଲା ମୃତ୍ୟୁ ସଂଖ୍ୟା
୧୦ ଘଣ୍ଟା ବ୍ୟବଧାନରେ ପୁଣି ତୁର୍କୀରେ ବଡ଼ ଧରଣର ଭୂକମ୍ପ ଝଟକା । ଦ୍ୱିତୀୟ ଥର ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୬ ରେକର୍ଡ କରାଯାଇଛି । ଅପରାହ୍ଣ ପ୍ରାୟ ସାଢେ ଗୋଟାଏରେ ଏହି ଭୂକମ୍ପ ହୋଇଥିବା ନେଇ ସୂଚନା ରହିଛି ।

ତୁର୍କୀରେ ଦ୍ୱିତୀୟ ଥର ଭୂକମ୍ପ: ପ୍ରଥମ ଭୂମିକମ୍ପର ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ପୁଣି ଥରିଲା ତୁର୍କୀ । ୧୦ ଘଣ୍ଟା ବ୍ୟବଧାନରେ ପୁଣି ତୁର୍କୀରେ ବଡ଼ ଧରଣର ଭୂକମ୍ପ ଝଟକା । ଦ୍ୱିତୀୟ ଥର ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୬ ରେକର୍ଡ କରାଯାଇଛି । ଅପରାହ୍ଣ ପ୍ରାୟ ସାଢେ ଗୋଟାଏରେ ଏହି ଭୂକମ୍ପ ଦକ୍ଷିଣ କୁର୍କୀର ଆଲବିଷ୍ଟାନ ଜିଲ୍ଲାରେ ହୋଇଥିଲା । ଦ୍ୱିତୀୟ ଥର ହୋଇଥିବା ଭୂମିକମ୍ପରେ ମୃତ୍ୟୁ ଓ ଆହତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି ।
ସୂଚନା ଅନୁସାରେ ଆଜି ଅର୍ଥାତ୍ ସୋମବାର ଭୋର ସମୟରେ ହୋଇଥିବା ପ୍ରଥମ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୧୪୦୦ରୁ ଅଧିକ ରହିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ପୁଣି ଭୂମିକମ୍ପ ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧ ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ଅତ୍ୟଧିକ ଥଣ୍ତା ଏବଂ ବରଫ ଝଡ଼ ପାଇଁ ମଧ୍ୟ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଛି । ସିରିଆର ନ୍ୟାସନାଲ ସେସମୋଲୋଜିକାଲ୍ ସେଣ୍ଟରର ମୁଖ୍ୟ ସୂଚନା ଦେଇ କହିଛନ୍ତି ଯେ, ଏହି ଭୂମିକମ୍ପ ଦେଶର ଇତିହାସରେ ସବୁଠାରୁ ବଡ଼ ଓ ଭୟଙ୍କର ।
ସୂଚନାଥାଉ ଯେ, ଆଜି ଭୋର ପ୍ରାୟ ୪ଟା ୧୭ ମିନିଟରେ ପ୍ରଥମ ଭୂମିକମ୍ପ ହୋଇଥିବା ନେଇ ସୂଚନା ରହିଛି । ବଡ଼ ଧରଣର କ୍ଷୟକ୍ଷତି ହୋଇଛି । ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ତୁର୍କୀର ଆଡାନା ସହରରେ ୧୭ ମହଲା ଏବଂ ୧୪ ମହଲା କୋଠା ଭୁଶୁଡି ପଡିଛି । ତୁର୍କୀ ସହ ଏକ ସିରିଆରେ ଭୂକମ୍ପ ଯୋଗୁଁ ବହୁତ କ୍ଷତି ହୋଇଛି । ରିକ୍ଟର ସ୍କେଲରେ ଏହାର ତିବ୍ରତା ରହିଛି ୭.୮ । ଦକ୍ଷିଣ ତୁର୍କୀରେ ଏହି ଭୂକମ୍ପ ହୋଇଛି ।












Click it and Unblock the Notifications