ବାଂଲାଦେଶରେ ଗିରଫ ହେଲେ ଆଉ ଜଣେ ହିନ୍ଦୁ ସାଧୁ

ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁ ସଂପ୍ରଦାୟ ଉପରେ ହେଉଥିବା ଆକ୍ରମଣ ଓ ଦମନଲୀଳା ମଧ୍ୟରେ ଆଉ ଜଣେ ହିନ୍ଦୁ ପୂଜାରୀଙ୍କ ଗିରଫ ହୋଇଛି। ଇଣ୍ଟରନ୍ୟାସନାଲ ସୋସାଇଟି ଫର୍ କୃଷ୍ଣ କନଫରେନ୍ସ (ଇସ୍କନ) ଏହି ବିଷୟରେ ସ୍ପଷ୍ଟ କରିଛି। ଗିରଫ ହୋଇଥିବା ପୂଜାରୀଙ୍କ ନାଁ ଶ୍ୟାମ ଦାସ ପ୍ରଭୁ, ଯିଏ ଜେଲ୍‌ରେ ବନ୍ଦୀ ଥିବା ଆଧ୍ୟାତ୍ମିକ ନେତା ଚିନ୍ମୟ କୃଷ୍ଣ ଦାସଙ୍କୁ ଭେଟିବାକୁ ଯାଇଥିଲେ।ସୂଚନା ଅନୁସାରେ, ଶ୍ୟାମ ଦାସ ନିୟମିତ ଭାବେ କୃଷ୍ଣ ଦାସଙ୍କୁ ଭେଟିବା ପାଇଁ ପୁଲିସ ଷ୍ଟେସନ ଯାଉଥିଲେ। ଏହାପରେ ସେ ଗିରଫ ହୋଇଛନ୍ତି। ବିନା କୌଣସି ସରକାରୀ ୱାରେଣ୍ଟରେ ତାଙ୍କୁ ଗିରଫ କରାଯାଇଛି।

ଶ୍ୟାମ ଦାସଙ୍କ ଗିରଫଦାରୀ ବାବଦରେ ଇସ୍କନ କୋଲକାତାର ଉପସଭାପତି ତଥା ମୁଖପାତ୍ର ରାଧାରମଣ ଦାସ ମଧ୍ୟ ଏକ୍ସ ପୋଷ୍ଟ ଯୋଗେ ସୂଚନା ଦେଇଛନ୍ତି। ସେ ଏକ ପୋଷ୍ଟ କରି ଲେଖିଛନ୍ତି, ଆଜି ଅନ୍ୟ ଜଣେ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ୟାମ ଦାସ ପ୍ରଭୁଙ୍କୁ ଚାଟୋଗ୍ରାମରେ ଗିରଫ କରାଯାଇଛି। ପ୍ରକାଶ ଥାଉକି, ନିକଟରେ ଇସ୍କନ ସଦସ୍ୟ ଚିନ୍ମୟ କୃଷ୍ଣ ଦାସ ପ୍ରଭୁଙ୍କ ବିରୁଦ୍ଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଥିଲା। ସେ ବାଂଲାଦେଶର ପତାକାକୁ ଅବମାନନା କରିଥିବା ନେଇ ତାଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ କ୍ରମେ ଗତ ସୋମବାର ପୁଲିସ ତାଙ୍କୁ ଗିରଫ କରିଥିଲା।

2nd Hindu Priest Arrested In Bangladesh

ଇସ୍କନ ଓ ଅନ୍ୟ ହିନ୍ଦୁ ସଙ୍ଗଠନମାନେ ଏହି ଗିରଫଦାରୀର କଡ଼ା ନିନ୍ଦା କରିଛନ୍ତି। ରାଧାରମଣ ଦାସ କହିଛନ୍ତି ଯେ, ଏହି କାର୍ଯ୍ୟାନୁଷ୍ଠାନ ସଂଖ୍ୟାଲଘୁ ହିନ୍ଦୁ ସଂପ୍ରଦାୟକୁ ଡ଼ରାଇବା ଓ ଧାର୍ମିକ ସ୍ୱାଧୀନତାର ଦମନ କରିବାକୁ ପ୍ରୟାସ। ସେ ବାଂଲାଦେଶ ସରକାରଙ୍କୁ ସଂଖ୍ୟାଲଘୁଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଓ ଏହି ଘଟଣା ଗୁଡ଼ିକର ନିରପେକ୍ଷ ଯାଞ୍ଚର ଦାବି କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+